Advertisment

ସନ୍ଧ୍ୟା ବେଳେ ଘରେ ପଶି ଛାତ୍ରଙ୍କ ବେକ କାଟିଦେଲେ ଦୁର୍ବୃତ୍ତ

ଆଉ ଶୁଭମ୍‌ଙ୍କ ମାଆ ରୋଷେଇ ଘରେ ରୋଷେଇ କରୁଥିଲେ। ଠିକ୍‌ ସେହି ସମୟରେ ଶୁଭିଲା ଶୁଭମ୍‌ଙ୍କ ଚିତ୍କାର ଶବ୍ଦ। ଏହି ଶବ୍ଦ ଶୁଣି ମାଆ ଓ ଭଉଣୀ ତଳ ମହଲାକୁ ଧାଇଁ ଆସିଥିଲେ। ସେତେବେଳେ ଜଣେ ଯୁବକ ଧାଇଁ ପଳାଇ ଯାଉଥିବା ଉଭୟ ଦେଖିବାକୁ ପାଇଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Student

Student

ପରୀକ୍ଷା ଥିବାରୁ ଘରେ ବସି ଛାତ୍ର ଜଣକ ପାଠ ପଢ଼ୁଥିଲେ। ଠିକ୍‌ ସେହି ସମୟରେ ଜଣେ ଯୁବକ ଘରେ ପଶି ତାଙ୍କ ବେକ କାଟି ଦେଲେ। ଆଜି ସନ୍ଧ୍ୟା ବେଳେ ଏପରି ବୀଭତ୍ସ ହତ୍ୟାକାଣ୍ଡ ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଜଟଣୀ ଥାନା ଅଞ୍ଚଳରେ ଘଟିଛି। କିଏ ଓ କେଉଁ କାରଣରୁ ଛାତ୍ରଙ୍କୁ ହତ୍ୟାକଲା, ତାହା ଜଣାପଡ଼ି ନାହିଁ।

Advertisment

ଜଟଣୀ ଥାନା ବେଣାପଞ୍ଜରୀ ଗାଁ ମନୋଜ କୁମାର ପାଲ୍‌ଟାସିଂ ହେଉଛନ୍ତି ଜଣେ ଶିକ୍ଷକ। ତାଙ୍କ ପୁଅ ହେଉଛି ଶୁଭମ୍‌ ସ୍ୱରୂପ ପାଲଟାସିଂ। ସେ ଜଣେ ମେଧାବୀ ଛାତ୍ର ଥିଲେ। ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ୁଥିଲେ। ଆସନ୍ତାକାଲି ଶୁଭମର ପରୀକ୍ଷା ଥିଲା। ତେଣୁ ସେ ଆଜି ସନ୍ଧ୍ୟା ବେଳେ ତଳ ମହଲାରେ ଥିବା ଏକ ଘରେ ଏକାକୀ ବସି ପାଠ ପଢ଼ୁଥିଲେ। ଉପର ମହଲାରେ ଶୁଭମଙ୍କ ବାପା ଓ ଭଉଣୀ ଟ୍ୟୁସନ୍‌ କରୁଥିଲେ।

ଆଉ ଶୁଭମ୍‌ଙ୍କ ମାଆ ରୋଷେଇ ଘରେ ରୋଷେଇ କରୁଥିଲେ। ଠିକ୍‌ ସେହି ସମୟରେ ଶୁଭିଲା ଶୁଭମ୍‌ଙ୍କ ଚିତ୍କାର ଶବ୍ଦ। ସେହି ଶବ୍ଦ ଶୁଣି ମାଆ ଓ ଭଉଣୀ ତଳ ମହଲକୁ ଧାଇଁ ଆସିଥିଲେ। ସେତେବେଳେ ଜଣେ ଯୁବକ ଧାଇଁ ପଳାଇ ଯାଉଥିବା ଉଭୟ ଦେଖିବାକୁ ପାଇଥିଲେ। ଆଉ ଘର ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲା ଶୁଭମ୍‌। ତାଙ୍କ ପେଟରେ ବାରମ୍ୱାର ଛୁରା ମାଡ଼ ହୋଇଥିବା ବେଳେ ବେକକୁ କଟା ଯାଇଥିଲା। ପାଖରେ ଗୋଟିଏ ଛୁରୀ ପଡ଼ିଥିଲା।

Advertisment

ପରିବାର ଲୋକେ ଶୁଭମଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖୋର୍ଦ୍ଧା ମେଡ଼ିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖୋର୍ଦ୍ଧା ଓ ଜଟଣୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଶୁଭମ୍‌ଙ୍କୁ କିଏ ଓ କାହିଁକି ଅତି ବୀଭତ୍ସ ଭାବେ ହତ୍ୟା କଲେ, ତାହା ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

ରିପୋର୍ଟ-ଖୋର୍ଦ୍ଧାରୁ ବଳରାମ ଲେଙ୍କା

Murder Crime Khorda