Advertisment

ସ୍ୱତନ୍ତ୍ର ଆବାସରେ ଝୁଲି ପଡ଼ିଲେ ନାବାଳକ, ତନାଘନା ଆରମ୍ଭ

ଚୋରି ମାମଲାରେ ଧରା ପଡ଼ିବା ପରେ ଅନୁଗୋଳସ୍ଥିତ ସ୍ୱତନ୍ତ୍ର ଆବାସକୁ ଆସିଥିଲେ ନାବାଳକ । ମାତ୍ର ସେଠାରେ ସେ ଝୁଲି ପଡ଼ିଛନ୍ତି।

Dead Body

Dead Body

Advertisment

ଚୋରି ମାମଲାରେ ଧରା ପଡ଼ିବା ପରେ ଅନୁଗୋଳସ୍ଥିତ ସ୍ୱତନ୍ତ୍ର ଆବାସକୁ ଆସିଥିଲେ ନାବାଳକ । କିଛି ଦିନ ପରେ ଏଠାରୁ ବାହାରି ନିଜ ଘରକୁ ଯାଇଥାନ୍ତେ । ମାତ୍ର ତା’ ପୂର୍ବରୁ ନାବାଳକଜଣକ ଚରମ ପଦକ୍ଷେପ ନେଇ ପର୍ଯ୍ୟବେକ୍ଷଣ ଗୃହର ଶୌଚାଳୟରେ ଝୁଲି ପଡ଼ିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଆଜି ଭୋରରୁ ଘଟିଛି।

Advertisment

ମୃତ ଅନ୍ତେବାସୀଙ୍କ ଘର ଜଗତସିଂହପୁର ଅଞ୍ଚଳରେ । ସେ ଏକ ଚୋରୀ ମାମଲାରେ କଟକ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ ଜରିଆରେ ଅନୁଗୋଳସ୍ଥିତ ସ୍ୱତନ୍ତ୍ର ଆବାସକୁ ଯାଇଥିଲେ।  ଗତ ୭, ୮ ମାସ ପୂର୍ବରୁ ସେ ଅନୁଗୋଳ ଆସିଥିବା ଭାରପ୍ରାପ୍ତ ଉପଖଣ୍ଡ ପରିବୀକ୍ଷଣ ଅଧିକାରୀ ଅମୀର କୁମାର ନାଥଶର୍ମା ସୂଚନା ଦେଇଛନ୍ତି।

। ଭାରପ୍ରାପ୍ତ ଉପଖଣ୍ଡ ପରିବୀକ୍ଷଣ ଅଧିକାରୀ ଅମୀର କୁମାର ନାଥଶର୍ମାଙ୍କ ସୂଚନା ଅନୁଯାୟୀ, ନାବାଳକଙ୍କ ମାନସିକ ସମସ୍ୟା ଥିଲା । ଜଣେ ଡାକ୍ତରଙ୍କ ଅଧୀନରେ ନିୟମିତ ଭାବେ ତାଙ୍କ ଚିକିତ୍ସା ଚାଲିଥିଲା । ସେ ମେଡ଼ିସିନ ଖାଇବା ସହ ତାଙ୍କର କାଉନସେଲିଂ ମଧ୍ୟ ଚାଲୁଥିଲା ।

Advertisment

ସବୁ କିଛି ଠିକ୍‌ଠାକ ଥିବା ବେଳେ ଆଜି ଭୋରରୁ ନାବାଳକଜଣକ ଶୌଚାଳୟ ଯାଇଥିବା ବେଳେ ସେଠାରେ ଝରକା ରେଲିଂରେ ନିଜ ଗାମୁଛାରେ ଝୁଲି ପଡ଼ିଥଲେ। ସେଠାରେ ଉପସ୍ଥିତ ଅନ୍ୟମାନେ ଏହା ଦେଖିବା ପରେ ତୁରନ୍ତ ନାବାଳକଙ୍କୁ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ କଟକ ଜୁଭେନାଇଲ ଜଷ୍ଟିସ ବୋର୍ଡ଼କୁ ସୂଚନା ଦିଆଯାଇଛି। ଶବ ବ୍ୟବଚ୍ଛେଦ ପରେ ନାବାଳକଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

ଅନୁଗୁଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି। ଏହି ମାମଲାର ତଦନ୍ତ କରାଯାଇ ପ୍ରକୃତ ସତ୍ୟ ଉନ୍ମୋଚନ କରାଯିବ ବୋଲି ସେ କହିଛନ୍ତି।

Suicide Angul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe