Advertisment

ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ

ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।

Minor Boy Suicide (Representational Image)

Minor Boy Suicide (Representational Image)

Advertisment

ଜନ୍ମଦିନରେ ନୂଆ ମୋବାଇଲ ଫୋନ ଗିଫ୍ଟ ଦେବାକୁ ମନାକଲେ ମାଆ। ଜୀବନ ହାରିଦେଲେ ନାବାଳକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲାରେ। ଏକ ୧୫ ବର୍ଷୀୟ ନାବାଳକ ଶନିବାର ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଥିବା ସୂଚନା ଦେଇଛି ପୁଲିସ। ଘଟଣାର ଅଧିକ ତଦନ୍ତ କରାଯାଉଥିବା ସ୍ଥାନୀୟ ପୁଲିସ ଅଧିକାରୀ କହିଛନ୍ତି।

Advertisment

ପୁଲିସର ସୂଚନା ଅନୁସାରେ ମିରାଜ ସହରର ୧୫ ବର୍ଷୀୟ ନାବାଳକ ବିଶ୍ୱଜିତ ରମେଶ ଚମଦାନୱାଲେ ଦୁଇ ଦିନ ପୂର୍ବରୁ, ଅର୍ଥାତ ଗତ ଶୁକ୍ରବାର ନିଜ ଜନ୍ମଦିନ ପାଳନ କରିଥିଲେ। ଜନ୍ମଦିନ ଉପହାରରେ ଏକ ନୂଆ ମୋବାଇଲ ଫୋନ କିଣିଦେବାକୁ ସେ ତାଙ୍କ ମାଆଙ୍କୁ କହିଥିଲେ। ହେଲେ ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ବିଶ୍ୱଜିତର ମାଆ। ଯାହାକୁ ନେଇ ରାଗିଯାଇଥିଲେ ବିଶ୍ୱଜିତ। ସେ ଘରେ କାହାକୁ ଆଉ କଥାବାର୍ତ୍ତା କରୁନଥିଲେ। ତେବେ ଏହାର ପରଦିନ, ଅର୍ଥାତ ଶନିବାର ରାତିରେ ଘରେ ମାଆ ଓ ଭଉଣୀ ଶୋଇଥିବାବେଳେ ବିଶ୍ୱଜିତ ବେକରେ ରଶି ଲଗାଇ ଝୁଲି ପଡ଼ିଥିଲେ।

ସେପଟେ ଆଜି ସକାଳେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଶ୍ୱଜିତଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏକ ଅପମୃତ୍ୟୁ ଜନିତ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରାଯାଉଥିବା ସ୍ଥାନୀୟ ପୁଲିସ ଅଧିକାରୀ କହିଛନ୍ତି।

Advertisment
Minor Boy Suicide Minor Suicide For Mobile Phone
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe