Advertisment

ନରହନ୍ତା ନାବାଳକ, ଦୁଇ ଦିନରେ ନେଲାଣି ୩ ଜୀବନ

ପ୍ରଥମେ ନିଜ ଆଈକୁ ମାରି ଫୋପାଡ଼ି ଦେଇଥିବା ନାତି ପରେ ଜଣେ ମହିଳା ଓ ତାଙ୍କ ୬ ବର୍ଷୀୟା ଝିଅକୁ ନିର୍ମମ ଭାବେ ହତ୍ୟା କରିଛି।

ଅଦ୍ୟତନ ହୋଇଛି
Murder Case

Murder Case

Advertisment

ନାବାଳକ ପାଲଟିଲା ନରହନ୍ତା। ମାତ୍ର ଦୁଇ ଦିନରେ ୧୪ ବର୍ଷୀୟ ନାବାଳକ ଅତି ବୀଭତ୍ସ ଭାବେ ନେଇଗଲା ୩ ଜୀବନ । ପ୍ରଥମେ ନିଜ ଆଈକୁ ମାରି ଫୋପାଡ଼ି ଦେଇଥିବା ନାତି ପରେ ଜଣେ ମହିଳା ଓ ତାଙ୍କ ୬ ବର୍ଷୀୟା ଝିଅକୁ ନିର୍ମମ ଭାବେ ହତ୍ୟା କରିଛି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ରାଇମଣି ଛକ ନିକଟରେ ଘଟିଛି। 

Advertisment

ଗତକାଲି ମହିଳା ଓ ତାଙ୍କ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହି ହତ୍ୟା ଘଟଣାକୁ ନାବାଳକଜଣକ ପୁଲିସ୍‌ ସମ୍ମୁଖରେ ସ୍ୱୀକାର କରିଥିବା ବେଳେ ଏହା ପୂର୍ବରୁ ନିଜ ଆଈ ମା’ଙ୍କୁ ବି ହତ୍ୟା କରିଥିବା କହିଥିଲେ। ପୁଲିସ୍‌ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। 

ଗତକାଲି ରାଇମଣି ଗାଁ ବିଲରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ତାଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଥିଲା।  ନାବାଳକଜଣକ ମହିଳାଙ୍କୁ ବଳାତ୍କାର କରୁଥିବା ବେଳେ ଛୋଟ ଛୁଆଟି ଦେଖିଦେବାରୁ ସେ ବି ନାବାଳକର କୋପରୁ ବର୍ତ୍ତି ପାରି ନ ଥିଲା। ଅତି ନିର୍ମମ ଭାବେ ମା’ ଝିଅଙ୍କୁ ହାଣି ଜୀବନ ନେଇଥିଲା ହତ୍ୟାକାରୀ । ୬ ବର୍ଷୀୟ ଝିଅର ମୃତଦେହ ଘଟଣାସ୍ଥଳରୁ ଏକ କିଲୋମିଟର ଦୂରରେ ଥିବା ଏକ ପୋଲ ତଳୁ ରକ୍ତାକ୍ତ ଅବସ୍ଥାରେ ମିଳିଥିଲା।  

Advertisment

ଲୋକଙ୍କୁ ଦେଖି ନାବାଳକଙ୍କ ଘଟଣାସ୍ଥଳକୁ ଖସି ଯିବାକୁ ଚେଷ୍ଟା କରିଥିଲା। କିନ୍ତୁ ଲୋକମାନେ ଲୋକେ ତାକୁ ଗୋଡେଇ ଗୋଡ଼ାଇ ଧରି ପୁଲିସ ଜିମା ଦେଇଥିଲେ।

ଏହାପରେ ନାବାଳକଙ୍କ ସୂଚନା ଅନୁଯାୟୀ, ଆଜି ସକାଳୁ ହତ୍ୟାକାଣ୍ଡ ସ୍ଥଳରୁ କିଛି ଦୂରରୁ ପୁଲିସ୍‌ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଅଭିଯୁକ୍ତ ନାବାଳକଙ୍କ ଆଇ ସୁମତି ମୁଣ୍ଡାଙ୍କର ବୋଲି ଜଣା ପଡିଛି । ଟଙ୍କା ନ ଦେବାରୁ ନାବାଳକ ଜଣକ ଉତ୍ତ୍ୟକ୍ତ ହୋଇ ସୁମତିଙ୍କ ବେକକୁ ଶାଢ଼ୀରେ ଗୁଡାଇ ହତ୍ୟା କରିଥିଲା। ତାଙ୍କ ଶରୀରରେ କ୍ଷତ ଦାଗ ରହିଛି ଓ ଘଟଣାସ୍ଥଳରେ ବ୍ୟାଗ ମଧ୍ୟ ପଡ଼ିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ନାବାଳକଙ୍କ ସହ ଆଈଙ୍କୁ ଲୋକେ ଦୁଇ ଦିନ ପୂର୍ବରୁ ଦେଖିଥିଲେ । ତେବେ ନାବାଳକ ଜଣକ କ’ଣ ପାଇଁ ନିଜ ଆଈଙ୍କୁ ହତ୍ୟା କଲା ତାହା ସ୍ପଷ୍ଟ ହୋଇନି।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ କ’ଣ ପାଇଁ ନାବାଳକ ଜଣକ ଅତି ବୀଭତ୍ସ ଭାବ ଏପରି ୩ଟି ହତ୍ୟାକାଣ୍ଡ ଘଟାଇଲେ ତାହାର ତଦନ୍ତ ଆରମ୍ଭ କରିଛି।

Murder Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe