Advertisment

୯ ଦିନ ହେଲା ପୁଅର ପତ୍ତା ମିଳୁନି; ମୁଣ୍ଡ ପିଟୁଛି ମା’

ଗାଁ ଦାଣ୍ଡରେ ଖେଳୁ ଖେଳୁ ଗାଏବ ହୋଇଯାଇଛି ୧୪ ବର୍ଷୀୟ ନାବାଳକ । ପ୍ରାୟ ୯ ଦିନ ହେବ ପିଲାଟି ନିଖୋଜ ହୋଇ ଯାଇଥିବା ବେଳେ ତା’ ଟେର ପାଇ ପାରୁ ନାହାନ୍ତି ପରିବାର ଲୋକେ ।

author-image
Niharika Rout
ଅଦ୍ୟତନ ହୋଇଛି
Missing Minor Boy

Missing Minor Boy

ଗାଁ ଦାଣ୍ଡରେ ଖେଳୁ ଖେଳୁ ଗାଏବ ହୋଇଯାଇଛି ୧୪ ବର୍ଷୀୟ ନାବାଳକ । ପ୍ରାୟ ୯ ଦିନ ହେବ ପିଲାଟି ନିଖୋଜ ହୋଇ ଯାଇଥିବା ବେଳେ ତା’ ଟେର ପାଇ ପାରୁ ନାହାନ୍ତି ପରିବାର ଲୋକେ। ଫଳରେ ନିଜର ଏକମାତ୍ର ପୁଅକୁ ନ ପାଇ ମା’ ପାଗଳ ପ୍ରାୟ ହୋଇ ସାରିଛି। ଏପରି ଏକ ଅଭାବନୀୟ ଘଟଣା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ବଡ଼ କାମିଟି ଗ୍ରାମରେ ଘଟିଛି।

Advertisment

ନିଖୋଜ ନାବାଳକଜଣକ ହେଉଛନ୍ତି ବଦ୍ରିନାଥ ନାୟକ । ବଦ୍ରିନାଥଙ୍କ ପିତାଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ସେ ମା’ ଝୁନୁ ନାୟକଙ୍କ ସହ ରହିଥାନ୍ତି। ଝୁନୁ ବିଲବାଡ଼ିରେ କାମ କରି ଯାହା ରୋଜଗାର କରନ୍ତି ସେଥିରେ ମା’, ପୁଅ ଦୁଃଖେକଷ୍ଟେ ଚଳି ଯାଆନ୍ତି। ବଦ୍ରିନାଥ ଗାଁ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି।

ଗତ ୨୩ ତାରିଖ ସକାଳେ ଝୁନୁ ବିଲକୁ କାମ କରିବାକୁ ଯାଇଥିବା ବେଳେ ବଦ୍ରିନାଥ ଘରେ ଥିଲେ। ଗତ ୨୩ ତାରିଖ ଅପରାହ୍ନରେ ବଦ୍ରିନାଥ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହଠାତ୍‌ ଗାଏବ ହୋଇ ଯାଇଥିଲେ। କାମରୁ ସାରି ଝୁନୁ ପୁଅକୁ ପାଇ ନ ଥିଲେ। ଏହାପରେ ସେ ଚାରିଆଡ଼େ ଖୋଜାଖୋଜି କରିଥିଲେ ବି ପୁଅର ସନ୍ଧାନ ପାଇ ନ ଥିଲେ।

Advertisment

ଏନେଇ ଥାନାକୁ ସେ ଅଭିଯୋଗ କରିବାକୁ ଯାଇଥିବା ବେଳେ ବନ୍ଧୁବାନ୍ଧବଙ୍କ ଘରେ ଖୋଜିବାକୁ ପୁଲିସ୍‌ କହିଥିଲା। ମାତ୍ର ଦୀର୍ଘ ୮ ଦିନ ପର୍ଯ୍ୟନ୍ତ ପୁଅ ନ ଫେରିବାକୁ ଗତକାଲି ଝୁନୁ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Missing Child Nayagarh