Advertisment

ଚୋରା ମୋବାଇଲ ହେଲା କାଳ; ସାଙ୍ଗଙ୍କ ଆକ୍ରମଣରେ ଆଖି ବୁଜିଲେ ନାବାଳକ

ଗତକାଲି ଏକ ଚୋରା ମୋବାଇଲ ଫୋନକୁ କେନ୍ଦ୍ର କରି ମୃତକ ନାବାଳକ ଓ ଅନ୍ୟ ନାବାଳକ ସାଙ୍ଗମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

Mobile

Mobile

Advertisment

ଚୋରା ମୋବାଇଲ ପାଇଁ ହେଲା ଗଣ୍ଡଗୋଳ। ସାଙ୍ଗମାନଙ୍କ ମଧ୍ୟରେ ଛିଣ୍ଡିଲାନି ଭାଗ । ଶେଷରେ ବଳ କଷାକଷି ହେଲେ। ଆଉ ସାଙ୍ଗଙ୍କ ଆକ୍ରମଣରେ ଚାଲିଗଲା ଜଣେ ନାବାଳକଙ୍କ ଜୀବନ । ଏପରି ଏକ ହୃଦୟ ବିଦାରକ ଘଟଣା ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅଞ୍ଚଳରେ ଘଟିଛି। ମୃତ ନାବାଳକର ଘର ସମ୍ବଲପୁର ସହର କରମଟୋଲି ଅଞ୍ଚଳରେ ବୋଲି ଜଣାପଡିଛି ।

Advertisment

ଗତକାଲି ଏକ ଚୋରା ମୋବାଇଲ ଫୋନକୁ କେନ୍ଦ୍ର କରି ମୃତକ ନାବାଳକ ଓ ଅନ୍ୟ ନାବାଳକ ସାଙ୍ଗମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଅନ୍ୟ ସାଙ୍ଗମାନେ ସଂଘବଦ୍ଧ ଆକ୍ରମଣ କରିବାରୁ ନାବାଳକଜଣକ ଗୁରୁତର ଆହତ ହୋଇ ପଡ଼ିଥିଲେ।

ଏହାପରେ ଭୟଭୀତ ହୋଇ ସାଙ୍ଗମାନେ ତାଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ସାଙ୍ଗମାନେ ସେଠାରୁ ଫେରାର ହୋଇଯାଇଥିଲେ। ଡାକ୍ତରଖାନ କର୍ତ୍ତୃପକ୍ଷ ଏ ନେଇ ପୁଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ବେଳେ ପୁଲିସ୍‌ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment
Murder Sambalpur Minor Attacked Mobile
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe