Advertisment

ପିଲା ଖେଳରୁ ମହାଭାରତ; ୫ ସାଙ୍ଗଙ୍କ ମାଡ଼ରେ ଛାତ୍ର ଗୁରୁତର

ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ତାଙ୍କ ୫ ସହପାଠୀ ସଂଘବଦ୍ଧ ଭାବେ ପିଟିବାରୁ ଛାତ୍ରଜଣକ ଗୁରୁତର ହୋଇ ମେଡିକାଲ ବେଡରେ ପଡ଼ିଛନ୍ତି।

undefined

Attack

Advertisment

ପିଲା ଖେଳରୁ ହେଲା ମହାଭାରତ । ଘଟିଲା ସାଂଘାତିକ ଘଟଣା। ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ତାଙ୍କ ୫ ସହପାଠୀ ସଂଘବଦ୍ଧ ଭାବେ ପିଟିବାରୁ ଛାତ୍ରଜଣକ ଗୁରୁତର ହୋଇ ମେଡିକାଲ ବେଡରେ ପଡ଼ିଛନ୍ତି। ଏପରି ଏକ ସାଂଘାତିକ ଘଟଣା କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବିଶିପଡ଼ା ଗ୍ରାମରେ ଘଟିଛି । ଏହି ଘଟଣାରେ ସମ୍ପୃକ୍ତ ୫ ଛାତ୍ରଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ଗୁରୁତର ହୋଇ ପଡ଼ିଥିବା ଛାତ୍ରଜଣକ ହେଲେ ହରିଶ୍ଚନ୍ଦ୍ର ବେହେରା ।

Advertisment

ହରିଶ୍ଚନ୍ଦ୍ର ବେହେରା ବିଶିପଡ଼ା ଗ୍ରାମର ଶ୍ରୀଦେବୀ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ଅଟନ୍ତି। ସ୍କୁଲରେ ଚାଲିଥିବା କୌଣସି ଏକ ପରୀକ୍ଷାର ପ୍ରଶ୍ନପତ୍ର ଦିଆନିଆକୁ ନେଇ ତାଙ୍କର କିଛି ପିଲାଙ୍କ ସହ ଗଣ୍ଡଗୋଳ ହୋଇଥିଲା।

ଗତ ୧ ତାରିଖରେ ସ୍କୁଲ ଶେଷ ହେବା ପରେ କ୍ୟାମ୍ପସ ବାହାରେ ଥିବା ଖେଳ ପଡ଼ିଆକୁ ସେ ଯାଇଥିଲେ। ସେଠାରେ ପୂର୍ବରୁ ଛକି ରହିଥିବା ୫ ଛାତ୍ର ହରିଶ୍ଚନ୍ଦ୍ରଙ୍କୁ ନିଛାଟିଆ ସ୍ଥାନକୁ ଟେକି ନେଇ ନିର୍ଧୂମ ପିଟିଥିଲେ। ସେ କୌଶଳକ୍ରମେ ସେଠାରୁ ଖସି ଘରକୁ ଆସି ସବୁ କଥା କହିଥିଲେ।

Advertisment

ଏହାପରେ ହରିଶ୍ଚନ୍ଦ୍ରଙ୍କ ଛାତିରେ ଅସହ୍ୟ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତୁରନ୍ତ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସେଠାରେ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

ହରିଶ୍ଚନ୍ଦ୍ରଙ୍କ ବାପା ମୁକୁନ୍ଦ ବେହେରା ଏନେଇ ସଦର ଥାନାରେ ଏତଲା ଦେଇଛନ୍ତି । ଏତଲା ଆଧାରରେ ସଦର ଥାନା ପୁଲିସ ୫ ଜଣ ଛାତ୍ରଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Students Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe