Advertisment

ବରବାଦ କଲା ଅନଲାଇନ ଗେମ୍, ଶେଷରାସ୍ତା ବାଛି ନେଲେ ଛାତ୍ର

ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି l

ଅଦ୍ୟତନ ହୋଇଛି
online-game

online-game

Advertisment

ଜୀବନ ନେଇଗଲା ଅନଲାଇନ ଗେମ୍। ମୋବାଇଲରେ ଗେମ୍ ଖେଳି ଲକ୍ଷାଧିକ ଟଙ୍କା ହରାଇବା ପରେ ଶେଷରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଗୁଡ୍‌ ଅଞ୍ଚଳରେ। ମୃତ ଛାତ୍ର ଜଣଙ୍କ ହେଲେ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଛାତ୍ର ଉଦୟ କୁମାର ବେହେରା ।

Advertisment

ସୂଚନା ଅନୁସାରେ, ଉଦୟ ଭଦ୍ରକ ଜିଲ୍ଲା ବାସୁଦେବପୁରରେ ପାଠ ପଢ଼ୁଥିଲେ। ସେ ଏକ ଘରୋଇ ହଷ୍ଟେଲରେ ରହୁଥିଲେ।  ସେ ସବୁବେଳେ ଅନଲାଇନରେ ଗେମ୍‌ରେ ବ୍ୟସ୍ତ ରହୁଥିଲେ। ଗତ ଦୁଇଦିନ ତଳେ ଉଦୟ ଘରକୁ ବୁଲିବାକୁ ଆସିଥିଲେ। ଘରେ ରହିବା ବେଳେ ସେ ଗେମବି ଖେଳୁଥିଲେ। ଯାହାକୁ ନେଇ ମା’ ତାଙ୍କୁ ଅନେକ ବାରଣ ମଧ୍ୟ କରିଥିଲେ। କିନ୍ତୁ ଉଦୟ ମା’ଙ୍କ କଥାକୁ ଶୁଣି ନଥିଲେ। ମୋବାଇଲରେ ଗେମ୍ ଖେଳିବାରେ ବ୍ୟସ୍ତ ରହୁଥିଲେ। ଅନଲାଇନ ଗେମ୍ ଖେଳି ଉଦୟ ଅନେକ ଟଙ୍କା ହରାଇଛନ୍ତି। ଏଥିପାଇଁ ଗେମ୍ ନ ଖେଳିବା ପାଇଁ ପରିବାର ଲୋକେ ତାଗିଦ କରିଥିଲେ।  ହେଲେ ଉଦୟ କାହା କଥା ନ ଶୁଣି ଗେମ୍ ଖେଳୁଥିଲେ। 

ମଙ୍ଗଳବାର ରାତିରେ ଉଦୟ ଖାଇପିଇ ନିଜ ରୁମ୍‌କୁ ଶୋଇବାକୁ ଯାଇଥିଲେ। ବୁଧବାର ସକାଳେ ଉଦୟଙ୍କ ମା’ ରୁମ୍‌ର କବାଟ ଖୋଲିଦେବାରୁ ପୁଅ ଫ୍ୟାନରେ ଗାମୁଛାରେ ବାନ୍ଧି ଝୁଲିପଡ଼ିଥିବା ଦେଖିଥିଲେ। ପରେ ମାଆ ଗ୍ରାମବାସୀ ଓ ସମ୍ପର୍କୀୟଙ୍କ ସହାୟତାରେ ଉଦୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଖବର ପାଇ ସୋର ପୁଲିସ ଡ଼ାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହାସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି l

Student Online Game Soro
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe