Advertisment

ନାବାଳକଙ୍କୁ ଉଲଗ୍ନ କଲେ, ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପ୍ରବଳ ପିଟିଲେ

ସୋଶାଲ ମିଡିଆରେ ଘଟଣାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ନାବାଳକଙ୍କୁ ଉଦ୍ଧାର କରିଛି।

author-image
Hemant Lenka
ଅଦ୍ୟତନ ହୋଇଛି
UP

UP

ଚୋରି ସନ୍ଦେହରେ ଜଣେ ୧୧ ବର୍ଷୀୟ ପିଲାକୁ ଦିଆଯାଇଛି ଅକଥନୀୟ ନିର୍ଯାତନା। କିଛି ଲୋକଙ୍କୁ ତାଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଉଲଗ୍ନ କରିବା ସହ କାଠ ଫାଳିଆରେ ପ୍ରବଳ ପିଟିଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ଫିରୋଜାବାଦରେ ଆଜି ସକାଳ ପ୍ରାୟ ୬ଟା ବେଳେ ଏହି ଘଟଣା ଘଟିଥିଲା।

Advertisment

ସୋଶାଲ ମିଡିଆରେ ଘଟଣାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ନାବାଳକଙ୍କୁ ଉଦ୍ଧାର କରିଛି। ସେହିପରି ଭିଡିଓରେ ଥିବା ଦୃଶ୍ୟ ଆଧାରରେ ଘଟଣାରେ ସାମିଲ ଥିବା ଲୋକଙ୍କୁ ଚିହ୍ନଟ କରିଛି। ସେମାନଙ୍କ ନାଁରେ ମାମଲା କରି ୩ ଜଣଙ୍କୁ ଗିରଫ ମଧ୍ୟ କରିଥିବା ଜଣାପଡ଼ିଛି।

ଆସିସଷ୍ଟାଣ୍ଟ ପୁଲିସ୍‌ କମିଶନର ସରବେଶ କୁମାର ମିଶ୍ରା କହିଛନ୍ତି, ରାସ୍ତା କଡ଼ରେ ଥିବା ଗୋଟିଏ ଚା’ ଦୋକାନରୁ ପିଲାଟି ଚୋରି କରିଥିବା ସନ୍ଦେହରେ ତାକୁ ଏପରି ନିର୍ଯାତନା ଦିଆଯାଇଛି।

Advertisment

ଆମେ ପିଲାଟିର ପରିବାର ଲୋକଙ୍କୁ ଏ ସମ୍ପର୍କରେ ଖବର ଦେଇଛୁ। ଘଟଣାରେ ଗୋଟିଏ ମାମଲା ରୁଜୁ କରି ୩ ଜଣଙ୍କୁ ଗିରଫ କରାଯାଇଛି। ଲୋକମାନେ ଏପରି ଜଘନ୍ୟକାଣ୍ଡରେ ସାମିଲ ନ ହେବା ଉଚିତ।

ନାବାଳକଙ୍କୁ ମାଡ଼ ମାରିବା ଆଦୌ ଗ୍ରହଣୀୟ ନୁହେଁ। ଭବିଷ୍ୟତରେ ଯଦି ଏମିତି କାଣ୍ଡ ଘଟେ, ତା’ହେଲେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Uttar Pradesh Crime