Advertisment

ନାବାଳିକାକୁ ପିଛା କରୁଛନ୍ତି ୩ ଯୁବକ, ଅପହରଣ ସମୟର ଲାଇଭ ଦୃଶ୍ୟ ସିସିଟିଭିରେ କଏଦ

ଅପହୃତ ନାବାଳିକା ଦୌଡୁଥିବା ସମୟରେ ତିନି ଜଣ ଯୁବକ ତାଙ୍କୁ ଗୋଡ଼ାଉ ଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।

ଅଦ୍ୟତନ ହୋଇଛି
CCTV Footage

CCTV Footage

Advertisment

ଉତ୍ତର ପ୍ରଦେଶ ମିରଟରେ ୧୪ ବର୍ଷୀୟ ନାବାଳିକାକୁ ଅପହରଣ। ଘଟଣାର ଏକ ଆଶ୍ଚର୍ଯ୍ୟକର ଭିଡିଓ ସାମ୍ନାକୁ ଆସିଛି। ଅପହୃତ ନାବାଳିକା ଦୌଡୁଥିବା ସମୟରେ ତିନି ଜଣ ଯୁବକ ତାଙ୍କୁ ଗୋଡ଼ାଉ ଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।

Advertisment

ସୂଚନା ଅନୁସାରେ, ଜଣେ ବ୍ୟକ୍ତି ଏହି ସମୟର ସିସିଟିଭି ଫୁଟେଜକୁ ସାର୍ବଜନୀନ କରିଛନ୍ତି। ଏକ୍ସ ପୋଷ୍ଟ ମାଧ୍ୟମରେ ସେ ଉତ୍ତର ପ୍ରଦେଶ ପୁଲିସକୁ ଟ୍ୟାଟ୍ କରି ଘଟଣା ବାବଦରେ ଜଣାଇଛନ୍ତି। ଭିଡିଓ ପୋଷ୍ଟ ପରେ ପୂରା ଘଟଣା ସାମ୍ନାକୁ ଆସିଛି।

Advertisment

ଏକ୍ସ ପୋଷ୍ଟ ଅନୁସାରେ, ସିସିଟିଭି ଫୁଟେଜଟି ଗତକାଲି ରାତି ପ୍ରାୟ ଅଢ଼େଇଟା ସମୟର। ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ନାବାଳିକା ଖୁବ୍ ଜୋରରେ ଦୌଡ଼ି ପଳାଉଛନ୍ତି। ତିନି ଜଣ ଯୁବକ ତାଙ୍କୁ ପିଛା କରି ଖୋଜୁଛନ୍ତି। ଏହି ଭିଡିଓ ପୋଷ୍ଟ କରି ଜଣେ ବ୍ୟକ୍ତି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଥିସହ ବର୍ତ୍ତମାନ ସୁଦ୍ଧା ନାବାଳିକାଙ୍କ ପତ୍ତା ମିଳୁନଥିବା ଦର୍ଶାଇଛନ୍ତି।

ମିରଟ ପୁଲିସ ମଧ୍ୟ ଭିଡିଓ ଉପରେ ପ୍ରତିକ୍ରିୟା ରଖିଛି। ଲୋହିଆ ନଗର ଥାନାରେ ଏକ ମାମଲା ରୁଜୁ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି କହିଛି ପୁଲିସ। 

ସେପଟେ ବାପା-ମାଆ ସକାଳୁ ଉଠି ଝିଅକୁ ନପାଇ ଚିନ୍ତାରେ ପଡିଛନ୍ତି। ଆଖପାଖ ଅଞ୍ଚଳରେ ଝିଅକୁ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ପାଇପାରି ନାହାନ୍ତି। 

UP Police Kidnap Video UP Crime Merrut Police Crime News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe