Advertisment

ଅପହୃତ ନାବାଳିକା ଉଦ୍ଧାର, ନିର୍ଧୂମ ଛେଚା ଖାଇଲେ ଅପହରଣକାରୀ

ଗ୍ରାମବାସୀ ଅପହରଣକାରୀଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ।

ଅଦ୍ୟତନ ହୋଇଛି
 police

police

Advertisment

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବାଟପଳସା ଗାଁରୁ ଗତକାଲି ଅପହୃତ ହୋଇଥିବା ନାବାଳିକାକୁ ଆଜି ରାଇରଙ୍ଗପୁରରୁ ଉଦ୍ଧାର କରିଛି ପୁଲିସ। ଏହି ଘଟଣାରେ ସଂପୃକ୍ତ ବଣସାହିର ଅଫଜଲ୍ ଅନସାରୀ  ଓ ଟପଳସା ଗାଁର ମମତା ମହାକୁଡ଼ଙ୍କୁ ପୁଲିସ ଅଟକ ରଖିଛି।

Advertisment

ଅଭିଯୋଗ ଅନୁଯାୟୀ, ଗତକାଲି ନାବାଳିକାଙ୍କ ବାପାମା’ କାମ କରିବା ପାଇଁ ବାହାରକୁ ଯାଇଥିଲେ। ନାବାଳିକା ଜଣଙ୍କ ଘରେ ଏକା ଥିଲେ। ଏହାର ସୁଯୋଗ ନେଇ ଅଫଜଲ୍ ଓ ମମତା ନାବାଳିକାଙ୍କୁ ରଥଯାତ୍ରା ଦେଖିବା ପାଇଁ  ଡାକି ନେଇଯାଇଥିଲେ। ସେମାନେ ତାଙ୍କୁ ରାଇରଙ୍ଗପୁର ନେଇଯାଇଥିଲେ। ବାପାମା’ ଘରକୁ ଫେରି ଝିଅକୁ ଖୋଜିଥିଲେ, ହେଲେ ପାଇ ନଥିଲେ। ଏନେଇ ଗାଁର ସମସ୍ତ ଲୋକଙ୍କୁ ପଚରାଉଚରା କରିଥିଲେ। ମମତା ଓ ଅଫଜଲ୍ ନାବାଳିକାଙ୍କୁ ବାଇକ୍‌ରେ ବସାଇ ନେଉଯାଉଥିବା ଜଣେ ସ୍ଥାନୀୟ ଲୋକେ ଦେଖିଥିବା କହିଥିଲେ।

ଆଜି ସକାଳେ ମମତା ଓ ଅଫଜଲ୍ ରାଇରଙ୍ଗପୁରରୁ ଗାଁରୁ ଫେରୁଥିଲେ। ବାଟରେ ଉଭୟଙ୍କୁ ଗ୍ରାମବାସୀ ଅଟକାଇ ପଚରାଉଚରା କରିଥିଲେ। ସେମାନେ ମଧ୍ୟ ନାବାଳିକାକୁ ନେଇ ରାଇରଙ୍ଗପୁରରେ ରଖିଥିବା ମାନିଥିଲେ। ପରେ ଗ୍ରାମବାସୀ ସେମାନଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ପୁଲିସ ପହଞ୍ଚି  ଉଭୟଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିବା ସହ ନାବାଳିକାଙ୍କୁ ରାଇରଙ୍ଗପୁରରୁ ଉଦ୍ଧାର କରିଛି। ପୁଲିସ ମମତା ଓ ଅଫଜଲକୁ ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।

Advertisment
Mayurbhanj , Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe