Advertisment

ଶାଶୂ ଘରେ ନାବାଳିକା ବୋହୂର ମୃତ୍ୟୁ; ହତ୍ୟା ନା ଆତ୍ମହତ୍ୟା!

ବିବାହ ପରେ ଜିତେନ୍ଦ୍ରଙ୍କ ଘରକୁ ପିଙ୍କି ଫେରି ଆସିଥିଲେ। ଜିତେନ୍ଦ୍ରଙ୍କ ପରିବାର ଲୋକଙ୍କ ସହିତ ବୋହୂଟିଏ ହୋଇ ରହୁଥିଲେ। ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। କିଛି ଦିନ ତଳେ କାମ ଅନ୍ୱୋଷଣରେ ଜିତେନ୍ଦ୍ର ରାଜ୍ୟ ବାହାରକୁ ଯାଇଥିଲେ।

Ganjam

Ganjam

Advertisment

ଶାଶୂ ଘରେ ନାବାଳିକା ବୋହୂର ସନ୍ଦେହ ଜନକ ମୃତ୍ୟୁ। ହତ୍ୟା ନା ଆତ୍ମହତ୍ୟା! ଏହାକୁ ନେଇ ନାନା ଚର୍ଚ୍ଚା ହେଉଥିବା ବେଳେ କାହାକୁ କିଛି ନଜଣାଇ ପରିବାର ଲୋକେ ମୃତଦେହ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଞ୍ଚଳରୁ ଆସିଛି।

Advertisment

ଭୀଷ୍ମଗିରି ଗାଁର ଜିତେନ୍ଦ୍ର ବିଷୋୟୀ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ପିଙ୍କି(ଛଦ୍ମନାମ)ଙ୍କୁ ଚୁପ୍‌ଚାପ୍‌ ପ୍ରେମ କରୁଥିଲେ। ପିଙ୍କି ମଧ୍ୟ ତାଙ୍କୁ ଭଲ ପାଉଥିଲା। ମାଟ୍ରିକ୍‌ ପରୀକ୍ଷା ପରେ ଏପ୍ରିଲ ମାସରେ ପିଙ୍କି ଓ ଜିତେନ୍ଦ୍ର କେଉଁ ଆଡେ ଫେରାର ହୋଇଯାଇଥିଲେ। ୩ ମାସ ଧରି ଉଭୟ ଏଠି ସେଠି ଘୂରି ବୁଲୁଥିଲେ। କିଛି ଦିନ ତଳେ ଉଭୟ ଗାଁକୁ ଫେରିଥିଲେ। ଉଭୟ ଭୀଷ୍ମଗିରିଠାରୁ କିଛି ଦୂରରେ ଥିବା ବଡ଼ପଦା ମନ୍ଦିରରେ ବିବାହ କରିଥିବା ଚର୍ଚ୍ଚା ହେଉଛି।

ବିବାହ ପରେ ଜିତେନ୍ଦ୍ରଙ୍କ ଘରକୁ ପିଙ୍କି ଫେରି ଆସିଥିଲେ। ଜିତେନ୍ଦ୍ରଙ୍କ ପରିବାର ଲୋକଙ୍କ ସହିତ ବୋହୂଟିଏ ହୋଇ ରହୁଥିଲେ। ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। କିଛି ଦିନ ତଳେ କାମ ଅନ୍ୱୋଷଣରେ ଜିତେନ୍ଦ୍ର ରାଜ୍ୟ ବାହାରକୁ ଯାଇଥିଲେ। ତେଣୁ ପରିବାର ଲୋକଙ୍କ ସହିତ ରହୁଥିଲେ ପିଙ୍କି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିଲା। ହେଲେ ଆଜି ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ଝାଡ଼ାବାନ୍ତିରେ ପିଙ୍କିର ଜୀବନ ଯାଇଥିବା ଜିତେନ୍ଦ୍ରଙ୍କ ପରିବାର ଲୋକ କହିଥିଲେ। ପିଙ୍କିଙ୍କ ପରିବାର ଲୋକଙ୍କୁ ସୂଚନା ଦେଇ ଜିତେନ୍ଦ୍ରଙ୍କ ପରିବାର ଲୋକେ ମୃତଦେହକୁ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ତେବେ ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇ ନାହିଁ।

Advertisment

ରିପୋର୍ଟ- ଦିଗପହଣ୍ଡିରୁ ସତ୍ୟନାରାୟଣ ପାଢ଼ୀ

Ganjam Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe