ଗତ ରବିବାର ପିଉସୀ ଘରକୁ ଯାଇଥିଲେ ନାବାଳିକା। ଗତକାଲି ଜଙ୍ଗଲରୁ ମିଳିଲା ନାବାଳିକାଙ୍କ ମୃତଦେହ। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଭଳିଆ ଡ଼ିହି ଗ୍ରାମରେ ଏହି ଘଟଣା ଘଟିଛି। ନାବାଳିକାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଗତ ରବିବାର ଦିନ ନାବାଳିକା ଜଣଙ୍କ ପିଉସୀ ଘର ହଳଦୀକାଣ୍ଟିକୁ ଯାଇଥିଲା। ବୁଧବାର ସକାଳେ ନାବାଳିକା ଜଣଙ୍କ ପିଉସୀ ଘରେ ନଥିଲେ। ପିଉସୀ ଘର ଲୋକେ ଓ ନାବାଳିକାଙ୍କ ପରିବାର ଲୋକେ ଚାରିଆଡ଼େ ତାଙ୍କୁ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ଏନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ।
Also Read
ଗତକାଲି ସନ୍ଧ୍ୟାରେ ନାବାଳିକାଙ୍କ ମୃତଦେହକୁ ପିଉସୀଙ୍କ ଗାଁ ନିକଟରେ ଥିବା ଜଙ୍ଗଲରୁ ମିଳିଥିଲା। ପୁଲିସ ନାବାଳିକାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ନାବାଳିକାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତି ଚିହ୍ନ ରହିଛି। ନାବାଳିକାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଗର୍ଭବତୀଙ୍କ ଠାରୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ବନ୍ଧାହେଲେ ଡାକ୍ତର
ରେଡ୍ ବେଳେ ଆଶୋକଙ୍କ ଘରୁ ଲକ୍ଷାଧିକ ଟଙ୍କା ଜବତ ହୋଇଥିବା ସୂଚନା ରହିଛି।
Crime
ମହାଧୂର୍ତ୍ତ ଡେପୁଟି ଜେନେରାଲ୍ ମ୍ୟାନେଜର୍; ପଡ଼ୋଶୀ ଛାତରୁ ମିଳିଲା ବିଡ଼ା ବିଡ଼ା ନୋଟ୍
ସୁବାଷ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
Crime
ଉପ ଜିଲ୍ଲାପାଳଙ୍କ ଘରେ ପଶିଲା ଭିଜିଲାନ୍ସ; ୧୦ଟି ସ୍ଥାନରେ ଚଢ଼ାଉ
ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଛି।
Crime
ଆମ୍ବୁଲାନ୍ସକୁ ରାସ୍ତା ନଛାଡ଼ିବାରୁ ଅଢ଼େଇ ଲକ୍ଷ ଫାଇନ, ଲାଇସେନ୍ସ ରଦ୍ଦ
ଥ୍ରିସୁର ମେଡିକାଲ କଲେଜକୁ ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିନଥିଲେ କାର ଚାଳକ। ସୋଶାଲ ମିଡିଆରେ ଭାଇରାଲ ହେଉଛି ଭିଡିଓ।
Crime
ହଣାହଣି ହେଲେ ସରପଞ୍ଚଙ୍କ ସ୍ୱାମୀ ଓ ସମିତି ସଭ୍ୟ; ଉଭୟ ମେଡ଼ିକାଲ୍ରେ
ଇଟାମାଟି ଥାନା ଶରଧାପୁର ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚଙ୍କ ସ୍ୱାମୀ ହେଉଛନ୍ତି ସନ୍ତୋଷ କୁମାର ମୁଦୁଲି। ସେହି ପଞ୍ଚାୟତର ସମିତି ସଭ୍ୟ ସୁଜିତ କୁମାର ପ୍ରଧାନ ହେଉଛନ୍ତି ବିଜେପି ସମର୍ଥିତ। ଉଭୟଙ୍କ ଘର ପାଖାପାଖି।