Advertisment

ପିଉସୀ ଘରକୁ ଯାଇଥିଲେ ନାବାଳିକା;ଜଙ୍ଗଲରୁ ମିଳିଲା ମୃତଦେହ

ଗତକାଲି ସନ୍ଧ୍ୟାରେ ନାବାଳିକାଙ୍କ ମୃତଦେହକୁ ପିଉସୀଙ୍କ ଗାଁ ନିକଟରେ ଥିବା ଜଙ୍ଗଲରୁ ମିଳିଥିଲା।

DeadBody

DeadBody

Advertisment

ଗତ ରବିବାର ପିଉସୀ ଘରକୁ ଯାଇଥିଲେ ନାବାଳିକା। ଗତକାଲି ଜଙ୍ଗଲରୁ ମିଳିଲା ନାବାଳିକାଙ୍କ ମୃତଦେହ। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଭଳିଆ ଡ଼ିହି ଗ୍ରାମରେ ଏହି ଘଟଣା ଘଟିଛି। ନାବାଳିକାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Advertisment

ଗତ ରବିବାର ଦିନ ନାବାଳିକା ଜଣଙ୍କ ପିଉସୀ ଘର ହଳଦୀକାଣ୍ଟିକୁ ଯାଇଥିଲା। ବୁଧବାର ସକାଳେ ନାବାଳିକା ଜଣଙ୍କ ପିଉସୀ ଘରେ ନଥିଲେ। ପିଉସୀ ଘର ଲୋକେ ଓ ନାବାଳିକାଙ୍କ ପରିବାର ଲୋକେ ଚାରିଆଡ଼େ ତାଙ୍କୁ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ଏନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ।

ଗତକାଲି ସନ୍ଧ୍ୟାରେ ନାବାଳିକାଙ୍କ ମୃତଦେହକୁ ପିଉସୀଙ୍କ ଗାଁ ନିକଟରେ ଥିବା ଜଙ୍ଗଲରୁ ମିଳିଥିଲା। ପୁଲିସ ନାବାଳିକାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ନାବାଳିକାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତି ଚିହ୍ନ ରହିଛି। ନାବାଳିକାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Deadbody Sudargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe