Advertisment

ମାମୁ ସାଜିଲା କଂସେଇ; ଭାଣିଜୀକୁ ଦୁଷ୍କର୍ମ ପରେ କଲା ହତ୍ୟା!

ରେମୁଣା ଅଞ୍ଚଳର ରହୁଥିବା ନାବାଳିକା ଜଣଙ୍କ ୩ ତଳେ ନିଖୋଜ ଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Rabi singh

Rabi singh

କୋଲକତାରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଚାରିଆଡେ ପ୍ରତିବାଦ ଜାରି ରହିଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଏଠାରେ ସମ୍ପର୍କୀୟ ମାମୁର ଲୋଲୁପ ଦୃଷ୍ଟିର ଶିକାର ହୋଇଛି ଜଣେ ନାବାଳିକା। କଂସେଇ ମାମୁ ଭାଣିଜୀକୁ ଦୁଷ୍କର୍ମ କରିବା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ପରିବାର ଲୋକେ ସମ୍ପର୍କୀୟ ମାମୁ ନାଁରେ ଥାନାରେ ଅଭିଯୋଗ କରିଛନ୍ତି।  ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଞ୍ଚଳର ଏହି ନିନ୍ଦନୀୟ ଘଟଣା ଘଟିଛି। ପୁଲିସ ସମ୍ପର୍କୀୟ ମାମୁ ରବି ସିଂହକୁ ଅଟକ ରଖିଛି।

Advertisment

ଅଭିଯୋଗ ଅନୁସାରେ, ରେମୁଣା ଅଞ୍ଚଳର ରହୁଥିବା ନାବାଳିକା ଜଣଙ୍କ ୩ ତଳେ ନିଖୋଜ ଥିଲେ। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ପରେ ରେମୁଣା ଥାନାରେ ଅଭିଯୋଗ କରିଥିଲେ। ଗତକାଲି ରେମୁଣା ଅଞ୍ଚଳର ଏକ ପରିତ୍ୟକ୍ତ ଘରୁ ଦୁର୍ଗନ୍ଧ ଆସିଥିଲା। ସ୍ଥାନୀୟ ଲୋକେ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା। ଏଥିସହ ନାବାଳିକାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ପହଞ୍ଚି ଝିଅର ମୃତଦେହ ଛିହ୍ନଟ କରିଥିଲେ।

ଅନ୍ୟପକ୍ଷରେ ନାବାଳିକାକୁ ସମ୍ପର୍କୀୟ ମାମୁ ରବି ସିଂହ ଦୁଷ୍କର୍ମ କରି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।ନାବାଳିକା ନିଖୋଜ ହେବା ଦିନ ସମ୍ପର୍କୀୟ ମାମୁ ରବି ସିଂହଙ୍କ ସହ ବାହାରୁ ଯାଇଥିଲେ।  ତା’ପରଠୁ ନାବାଳିକା ଜଣଙ୍କ ନିଖୋଜ ଥିବା ପରିବାର ଲୋକେ ମଧ୍ୟ ଅଭିଯୋଗ କରିଛନ୍ତି।

Advertisment

 ସୂଚନାଯୋଗ୍ୟ, ରବି ସିଂହ ନାବାଳିକାଙ୍କ ବାପା ବନ୍ଧୁ ହେବେ। ନାବାଳିକା ଜଣଙ୍କ ତାଙ୍କୁ ମାମୁ ବୋଲି ଡାକିଥାନ୍ତି। ପୁଲିସ ରବି ସିଂହକୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି। ନାବାଳିକା ଜଣଙ୍କ ନବମ ଶ୍ରେଣୀର  ପଢ଼ୁଥିଲେ। 

Balasore