ଶୌଚ ପାଇଁ ଘରୁ ବାହାରକୁ ଯାଇଥିଲେ ନାବାଳିକା। ଭାବିଥିଲେ କିଛି ସମୟରେ ଘରକୁ ଫେରି ଆସିବେ। ମାତ୍ର ହଠାତ୍ ବଦଳିଗଲା ପୂରା ଦୁନିଆ। ଯୌନ ପିପାସୁଙ୍କ କବଳରେ ପଡ଼ିଗଲା ନାବାଳିକା। ଆଉ ଗଣବଳାତ୍କାରର ଶିକାର ହେଲେ । ୩ ଯୌନ ରାକ୍ଷସ ନାବାଳିକାଙ୍କ ଇଜ୍ଜତ ଲୁଟିବା ସହ ଜୀବନ ନେବାକୁ ବି ପଛାଇଲେ ନାହିଁ। ଏପରି ଏକ ହୃଦୟ ବିଦାରକ ଘଟଣା ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ତୁଷ୍ଟାପାଲି ଗାଁରେ ଘଟିଛି।
ଏନେଇ ସଇଁତଳା ଥାନାରେ ଅଭିଯୋଗ କରିଛନ୍ତି ନାବାଳିକାଙ୍କ ପରିବାର । ଗାଁର ୩ ଜଣ ଯୁବକଙ୍କ ସଂପୃକ୍ତି ଅଭିଯୋଗ ବି ଆଣିଛି ପରିବାର । ଗତ ବୁଧବାର ରାତିରେ ଝିଅ ଶୌଚ ପାଇଁ ଯାଇଥିବା ବେଳେ, ଆଉ ଘରକୁ ଫେରିନଥଲା । ପରିବାର ଲୋକ ଖୋଜାଖୋଜି କରିବା ପରେ ନଦୀ ପାଖରେ ଥିବା ଏକ ବୁଦା ମୂଳରୁ ସଂଜ୍ଞାହୀନ ଅବସ୍ଥାରେ ଝିଅକୁ ଉଦ୍ଧାର କରିଥିଲେ ।
ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପୀଡ଼ିତା ପରିବାରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ସଇଁତଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ଶତାଧିକ ବଜରଙ୍ଗ କର୍ମୀ । ଏନେଇ ସଇଁତଳା ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରି ନ ଥିବା ବେଳେ କେହି ବି ଗିରଫ ହୋଇ ନ ଥିବା ଜଣାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।