Advertisment

ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ଗଣବଳାତ୍କାର ପରେ ହତ୍ୟା ସନ୍ଦେହ

ଗତକାଲି ସକାଳେ ନାବାଳିକାଜଣକ ଶାଗ ତୋଳିବାକୁ ଘରୁ ବାହାରିଥିଲେ। ଉକ୍ତ ସମୟରେ ଯୁବକଜଣକ ତାଙ୍କୁ ଫୁସଲାଇ କୁସ୍ତନା ଜଙ୍ଗଲକୁ ନେଇ ଯାଇଥିଲେ।

author-image
Niharika Rout
undefined

Stop Rape

ଶାଗ ତୋଳିବାକୁ ଘରୁ ଜଙ୍ଗଲକୁ ବାହାରିଥିଲେ ନାବାଳିକା। ମାତ୍ର ଆଉ ଫେରିଲେ ନାହିଁ। ଆଉ ଶେଷରେ ପରିବାର ଲୋକେ ଆଜି ସକାଳୁ ଜଙ୍ଗଲରୁ ଏକ ଶାଗୁଆନ ଗଛରୁ ଝିଅର ଝୁଲନ୍ତା ମୃତଦେହ ଉଦ୍ଧାର କରିଛନ୍ତି । ନାବାଳିକାଙ୍କୁ ତାଙ୍କ ପ୍ରେମିକଙ୍କ ସମେତ ୩ ଜଣ ଗଣବଳାତ୍କାର ପରେ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏପରି ଏକ ହୃଦୟ ବିଦାୟକ ଘଟଣା ସୁନ୍ଦରଗଡ ଜିଲ୍ଲା ବଡଗାଁ ଥାନା ଅଞ୍ଚଳରେ ଘଟିଛି।

Advertisment

ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଗତକାଲି ସକାଳେ ନାବାଳିକାଜଣକ ଶାଗ ତୋଳିବାକୁ ଘରୁ ବାହାରିଥିଲେ। ଉକ୍ତ ସମୟରେ ଯୁବକଜଣକ ତାଙ୍କୁ ଫୁସଲାଇ କୁସ୍ତନା ଜଙ୍ଗଲକୁ ନେଇ ଯାଇଥିଲେ। ସେଠାରେ ପୂର୍ବରୁ ତାଙ୍କର ଦୁଇ ସାଙ୍ଗ ଉପସ୍ଥିତ ଥିଲେ।

ସେମାନେ ସମସ୍ତେ ନାବାଳିକାଙ୍କ ଗଣବଳାତ୍କାର କରିଥିଲେ। ଏହାପରେ କଥା ବାହାରେ ପ୍ରଘଟ ହୋଇଯିବା ଭୟରେ ନାବାଳିକାଙ୍କ ଓଢଣୀରେ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ ଏକ ଶାଗୁଆନ ଗଛରେ ତାଙ୍କୁ ଝୁଲାଇ ଦେଇଥିଲେ।

Advertisment

ଝିଅ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ଏହାପରେ ସନ୍ଧ୍ୟାରେ ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳୁ ପୁଲିସ୍ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା।

ତେବେ ସନ୍ଦେହ ହେବାରୁ ନାବାଳିକାଙ୍କ ପରିବାର ଓ ପୁଲିସ୍‌ ସମ୍ପୃକ୍ତ ଯୁବକଙ୍କୁ ପଚରାଉଚରା କରିଥିଲେ। ଏହାପରେ ସେ ସବୁ ସତ କଥା ମାନି ଯାଇଥିଲେ। ଏହାପରେ ପୁଲିସ୍‌ କୁସ୍ତନା ଜଙ୍ଗଲକୁ ଯାଇ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୁଲିସ୍‌ ସମ୍ପୃକ୍ତ ଯୁବକଙ୍କୁ ବାନ୍ଧିଥିବା ବେଳେ ତାଙ୍କ ଦୁଇ ସହଯୋଗୀ ଫେରାର ଥିବା ଜଣାଯାଇଛି। ସେମାନଙ୍କୁ ଧରିବାକୁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।

Murder Rape Minor Girl Rapped