Advertisment

୧୨ ବର୍ଷ ତଳୁ ନାବାଳିକା ଅପହୃତ; ବାହାରେ ବୁଲୁଛି ଅପହରଣକାରୀ, ପୀଡ଼ିତାଙ୍କ ପତ୍ତା ମିଳୁନି

ଝିଅ ବଞ୍ଚିଛି ନା ମରିଛି ତାହା ବି ପରିବାର ଲୋକଙ୍କୁ ଜଣା ନାହିଁ। କେବଳ ଝିଅ ଫେରିବା ବାଟକୁ ଅନାଇ ଆଖିରୁ ଲୁହ ଗଡ଼ାଉଛନ୍ତି ।

author-image
Niharika Rout
Kidnapped Girl

Kidnapped Girl

୧୨ ବର୍ଷ ତଳେ ନାବାଳିକା ଝିଅକୁ ଅପହରଣ କରି ନେଇଥିଲେ ଯୁବକ । ଇତି ମଧ୍ୟରେ ଗୋଟିଏ ଯୁଗ ବିତି ଗଲାଣି। ଅପହରଣକାରୀ ଯୁବକ ଗିରଫ ହୋଇ ଜାମିନରେ ଆସି ବାହାରେ ବୁଲୁଛି। କିନ୍ତୁ ଅପହୃତାଙ୍କ ପତ୍ତା ମିଳୁନି। ଝିଅ ବଞ୍ଚିଛି ନା ମରିଛି ତାହା ବି ପରିବାର ଲୋକଙ୍କୁ ଜଣା ନାହିଁ। କେବଳ ଝିଅ ଫେରିବା ବାଟକୁ ଅନାଇ ଆଖିରୁ ଲୁହ ଗଡ଼ାଉଛନ୍ତି । ହେଲେ ନା ଝିଅ ଫେରୁଛି, ନା ଝିଅର କିଛି ଖବର ପାଉଛନ୍ତି। ଏପରି ଆଶାଆଶଙ୍କା ଭିତରେ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ପରିଛାଗୁଡ଼ାର ଏକ ପରିବାର ଦିନ କାଟୁଛନ୍ତି।

Advertisment

୨୦୧୨ରେ ପରିଚ୍ଛାଗୁଡ଼ାର ଜଣେ ଆଦିବାସୀ ନାବାଳିକା ଅପହରଣର ଶିକାର ହୋଇଥିଲେ। ଗାଁର ରାକେଶ ସିଂ ନାମକ ଯୁବକ ତାଙ୍କୁ ଅପହରଣ କରିଥିବା ଅଭିଯୋଗ କରିଥିଲେ ପରିବାର ଲୋକ ।

ବିଭିନ୍ନ ଆଡ଼େ ଖୋଜାଖୋଜି ପରେ ୧୨ ବର୍ଷ ପରେ ବିହାରରେ ଚଢାଉ କରି ପୁଲିସ ଅଭିଯୁକ୍ତକୁ କାବୁ କରିଥିଲା। ମାତ୍ର ସେଠାରୁ ସେ ଖସି ପଳାଇଥିଲେ। ପରେ କୋର୍ଟରେ ଆତ୍ମସମର୍ପଣ କରି ଜାମିନ ପାଇ ବାହାରେ ବୁଲୁଛି। କିନ୍ତୁ ଆମ ଝିଅ ସମ୍ପର୍କରେ କିଛି ଖବର ପାଇ ପାରୁନୁ ବୋଲି କହିଛନ୍ତି ନିଖୋଜ ନାବାଳିକାଙ୍କ ପରିବାର । ଝିଅକୁ ଅଭିଯୁକ୍ତ କେଉଁଠି ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ତେବେ ଝିଅ ଜୀବୀତ ଅଛି ନା ମୃତ ସେ ନେଇ ପରିବାର ଲୋକେ ସବୁବେଳେ ଆଶଙ୍କାରେ ରହୁଥିବା କହିଛନ୍ତି।

Advertisment

ଝିଅ ଫେରିବା ବାଟକୁ ଅନାଇ ମା’ ଆଖିରୁ ଲୁହ ଶୁଖୁନି। ଅନ୍ତତଃ ପକ୍ଷେ ଝିଅ କେଉଁଠି ଅଛି ଜାଣିଲେ ଶାନ୍ତିରେ ନିଶ୍ୱାସ ମାରି ପାରିବି ବୋଲି ସେ କହିଛନ୍ତି। କିନ୍ତୁ ଝିଅ ଖବର ନ ପାଇ ସବୁବେଳେ କଲବଲ ହେଉଛି ବୋଲି କୋହଭରା କଣ୍ଠରେ କହିଛନ୍ତି ନାବାଳିକାଙ୍କ ମା’ ।

Rayagada Minor Crimes Kidnapping Cases