Advertisment

ରାତିରେ ହାତ ଧୋଉଥିଲେ ନାବାଳିକା, ଟେକି ନେଲେ ଦୁର୍ବୃତ୍ତ

ରୀତା ମୁର୍ମୂଷୁ ଅବସ୍ଥାରେ ପଡ଼ିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ପରେ ଗାଁ ଲୋକେ ଏନେଇ ପରିବାର ଲୋକ ଓ ଜୁନାଗଡ଼ ଥାନାକୁ ଖବର ଦେଇଥିଲେ। ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁଲିସ୍‌ ଭବାନୀପାଟଣା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା।

Kalahindi

Kalahindi

Advertisment

ରାତିରେ ଘର ପିଣ୍ଡାରେ ହାତ ଧୋଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ। ଏପରି ହୃଦୟ ବିଦାରକ ଘଟଣା କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ଭବାନୀପାଟଣା ସଦର ଥାନା ଅଞ୍ଚଳର ନାବାଳିକ ରୀତା(ଛଦ୍ମନାମ) ଜୁନାଗଡ ବ୍ଳକ୍‌ର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ବୁଧବାର ରାତିରେ ସେ ହାତ ଧୋଇବା ପାଇଁ ବାହାରକୁ ଆସିଥିଲେ। ଠିକ୍‌ ସେହି ସମୟରେ ୫ରୁ ୬ ଯୁବକ ତାଙ୍କ ମୁହଁରେ ହାତ ଦେଇ ଗାଁ ପୋଖରୀ ପାର୍ଶ୍ୱ ଜଙ୍ଗଲକୁ ଟେକି ନେଇଥିଲେ। ସେଠାରେ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ପରେ ତାଙ୍କ ତଣ୍ଟି ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଯାହାଫଳରେ ଚେତା ହରାଇଥିଲେ ରୀତା। ଦୁର୍ବୃତ୍ତମାନେ ମରି ଯାଇଥିବା ଭାବି ସେଠାରୁ ପଳାଇ ଯାଇଥିଲେ।

ରୀତା ମୁର୍ମୂଷୁ ଅବସ୍ଥାରେ ପଡ଼ିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ପରେ ଗାଁ ଲୋକେ ଏନେଇ ପରିବାର ଲୋକ ଓ ଜୁନାଗଡ଼ ଥାନାକୁ ଖବର ଦେଇଥିଲେ। ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁଲିସ୍‌ ଭବାନୀପାଟଣା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା। ଏବେ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି ପୀଡ଼ିତା। ଦୁର୍ବୃତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକେ ଦାବି କରିଛନ୍ତି। ସେପଟେ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଆକ୍ସନ ମୁଡରେ ପୁଲିସ୍‌।

Advertisment

ରିପୋର୍ଟ-ଧର୍ମଗଡ଼ରୁ ଇଙ୍ଗିତ କୁମାର ପଣ୍ଡା

Kalahandi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe