Advertisment

ବ୍ୟାଡମିଣ୍ଟନ ଶିଖାଇବା ନାଁରେ ଛାତ୍ରୀଙ୍କୁ ଅସଦାଚରଣ, ପ୍ରିନ୍ସିପାଲ ଫେରାର

ନିର୍ଯାତନା ଅସହ୍ୟ ହେବାରୁ ଶେଷରେ ନାବାଳିକଜଣକ ସବୁ କହିବାରୁ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ମାତ୍ର ଅଭିଯୋଗର ୧୨ ଦିନ ପରେ ବି ଅଭିଯୁକ୍ତକୁ ପୁଲିସ୍‌ ଗିରଫ କରୁ ନ ଥିବା ଅଭିଯୋଗ ହୋଇଛି।

undefined

Rape Victim

Advertisment

ବ୍ୟାଡମିଣ୍ଟନ ଶିଖାଇବା ବାହାନାରେ ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ କଲେ ପ୍ରିନ୍ସିପାଲ। ଏନେଇ ପାଟି ଫିଟାଇଲେ ମିଛ କେସ୍‌ରେ ବାପାଙ୍କୁ ଗିରଫ ସହ ଝିଅକୁ ସ୍କୁଲରୁ ତଡ଼ି ଦେବାକୁ ଧମକ ଦେଲେ। ମାତ୍ର ନିର୍ଯାତନା ଅସହ୍ୟ ହେବାରୁ ଶେଷରେ ନାବାଳିକଜଣକ ସବୁ କହିବାରୁ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ମାତ୍ର ଅଭିଯୋଗର ୧୨ ଦିନ ପରେ ବି ଅଭିଯୁକ୍ତକୁ ପୁଲିସ୍‌ ଗିରଫ କରୁ ନ ଥିବା ଅଭିଯୋଗ ହୋଇଛି।

Advertisment

ଏପରି ଏକ ଘଟଣା ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ବଡ଼ ବଜାର ଥାନା ଅଞ୍ଚଳରେ ଘଟିଛି। ଏକ ଘରୋଇ ସ୍କୁଲର ପ୍ରିନ୍ସିପାଲଙ୍କ ନାଁରେ ଆସିଛି ଏପରି ଗୁରୁତର ଅଭିଯୋଗ। ନିଜ ସ୍କୁଲର ଜଣେ ଛାତ୍ରୀଙ୍କୁ ବ୍ୟାଡମିଣ୍ଟନ ଶିଖାଇବା ବାହାନାରେ ସ୍କୁଲର ପ୍ରିନ୍ସିପାଲ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

ଗତ ବର୍ଷ ଖରା ଛୁଟି ସମୟରେ ସ୍କୁଲ ପକ୍ଷରୁ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ପାଇଁ ବ୍ୟବସ୍ଥା ହୋଇଥିଲା । ଛାତ୍ରୀଜଣଙ୍କ ସେହି ପ୍ରଶିକ୍ଷଣରେ ଭାଗ ନେଇଥିଲେ । ସେହି ସମୟରେ ଟ୍ରେନିଂ ସରିଲେ, ସ୍କୁଲର ପ୍ରିନ୍ସିପାଲ ତାଙ୍କୁ ଗୋଟିଏ କୋଠରୀକୁ ନେଇ ଅସଦାଚରଣ କରିଥିଲେ। ଏନେଇ ସେତେବେଳେ ଛାତ୍ରୀଜଣକ ପାଟି ଫିଟାଇ ନ ଥିଲେ। ଏହାପରେ ଚଳିତ ବର୍ଷ ଖରା ଛୁଟିରେ ମଧ୍ୟ ଛାତ୍ରୀଙ୍କ ପ୍ରତି ସମାନ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ କାହାକୁ କହିଲେ ସ୍କୁଲରୁ ବାହାର କରିଦେବାକୁ ପ୍ରିନ୍ସପାଲ୍ ଧମକ ଦେଇଥିଲେ।

Advertisment

ମାତ୍ର ନିର୍ଯାତନା ଅସହ୍ୟ ହେବାରୁ ଛାତ୍ରୀଜଣକ ଏନେଇ ପରିବାର ଲୋକଙ୍କୁ ଅବଗତ କରିଥିଲେ। ପରିବାର ପକ୍ଷରୁ ଏ ନେଇ ଗତ ୩୧ ତାରିଖରେ ଥାନାରେ ଏତଲା ଦିଆଯାଇଥିଲା। ମାତ୍ର ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଶେଷରେ ଏସପିଙ୍କୁ ପୀଡିତାଙ୍କ ବାପା ଅଭିଯୋଗ କରିଛନ୍ତି।

ଅଭିଯୁକ୍ତଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ବ୍ରହ୍ମପୁର ଏସପି କହିଛନ୍ତି। ତେବେ ଏ ନେଇ ସଂପୃକ୍ତ ପ୍ରିନ୍ସପାଲଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଏନେଇ ପୀଡ଼ିତାଙ୍କ ବାପା କହିଛନ୍ତି, ଝିଅକୁ ଅସଦାଚରଣ କରିଥିବା ନେଇ ଗତ ମାସ ୩୧ ତାରିଖରେ ଅଭିଯୋଗ କରିଥିଲି। ମାତ୍ର ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ କରୁନି।

ଏନେଇ ପୁଲିସ୍‌ ଅଧିକାରୀ କହିଛନ୍ତି, ଏନେଇ ବଡ଼ବଜାର ଥାନାରେ ଅଭିଯୋଗ ହୋଇଛି। ତଦନ୍ତ ପ୍ରକ୍ରିୟା ଚାଲିଛି। ଅଭିଯୁକ୍ତ ଫେରାର ଅଛନ୍ତି। ତାଙ୍କୁ ଗିରଫ କରିବା ଲାଗି ଟିମ୍‌ କରାଯାଇଛି। ଖୁବ୍‌ ଶୀଘ୍ର ତାଙ୍କୁ ଗିରଫ କରାଯିବ ।

Ganjam Minor Crimes
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe