Advertisment

ନାବାଳିକାଙ୍କୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା!

ଶନିବାର ଜିଲ୍ଲାରେ ଶେଷ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ନାବାଳିକା ଜଣଙ୍କ ଏକା ଘରେ ରହିଥିଲେ।

undefined

Stop Rape

Advertisment

ସାମ୍ନାକୁ ଆସିଛି ଭୟଙ୍କର ଓ ଲଜାଜନକ ଘଟଣା। ଜଣେ ସାତ ବର୍ଷର ଝିଅଙ୍କୁ ଦୁଷ୍କର୍ମ ପରେ ତଣ୍ଟି ଚିପି କରାଯାଇଛି। ଏପରି ଲୋମହର୍ଷଣକାରୀ ଘଟଣା ମୟୁରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଞ୍ଚଳରେ ଘଟିଛି।

Advertisment

ଶନିବାର ଜିଲ୍ଲାରେ ଶେଷ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ନାବାଳିକା ଜଣଙ୍କ ଏକା ଘରେ ରହିଥିଲେ। ଏହାର ସୁଯୋଗ ନେଇ ତାଙ୍କର ଜଣେ ସମ୍ପର୍କୀୟ କକା ତାଙ୍କୁ ନିଜ ସହ ନିକଟସ୍ଥ ନଈ ପଠାକୁ ନେଇ ଯାଇଥିଲେ। ପ୍ରଥମେ ସେ ତାଙ୍କୁ ଦୁଷ୍କର୍ମ କରିଥିଲେ। କାଳେ ନାବାଳିକା ଜଣଙ୍କ କାହାକୁ ଏକଥା କହିଦେବେ, ସେହି ଭୟରେ ଅଭିଯୁକ୍ତ ଜଣକ ତାଙ୍କୁ ହତ୍ୟା କରିଥିଲେ।

ନାବାଳିକାଙ୍କ ପରିବାର ଲୋକ ଭୋଟ ଦେଇ ଘରକୁ ଫେରିବା ପରେ ଝିଅକୁ ପାଇ ନଥିଲେ। ସେମାନେ ଗାଁ ମୁଣ୍ଡରେ ଥିବା ପୋଳପଳା ନଈ ଓ ନିକଟସ୍ଥ ଜଙ୍ଗଲରେ ଖୋଜାଖୋଜି କରିଥିଲେ। ବେଶ କିଛି ସମୟର ଖୋଜାଖୋଜି ପରେ ନଈ ପଠାରୁ ନାବାଳିକାଙ୍କର ଉଲଗ୍ନ ମୃତଦେହକୁ ପାଇଥିଲେ।

Advertisment

ଝିଅ ଏଠାକୁ କେମିତି ଆସିଲା ବୋଲି ପରିବାର ଲୋକ ଗାଁ ଲୋକଙ୍କ ପଚରା ଉଚରା କରିଥିଲେ। ଏହି ସମୟରେ ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟ କକା ରମେଶ ଚନ୍ଦ୍ର ଦେହୁରୀ ଖରାବେଳେ ସାଙ୍ଗରେ ଧରି ବୁଲୁଥିବା ସେମାନେ କହିଥିଲେ। ଏହାପରେ ଗାଁର କିଛି ଲୋକ ଓ ନାବାଳିକାଙ୍କ ପରିବାର ବର୍ଗ ସମ୍ପର୍କୀୟ କକା ରମେଶ ଚନ୍ଦ୍ର ଦେହୁରୀଙ୍କ ନିକଟରେ ପହଞ୍ଚିଥିଲେ।

ତାଙ୍କୁ ଗାଳିମନ୍ଦ କରିବା ସହ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ୍‌ ପହଞ୍ଚିବା ପରେ ଗାଁ ଲୋକ ରମେଶ ଚନ୍ଦ୍ର ଦେହୁରୀଙ୍କୁ ପୁଲିସ ଜିମା ଦେଇଥିଲେ। କୁଳିଅଣା ଥାନା ପୁଲିସ ଏହି ଘଟଣାରେ 376(AB)302 IPC ସହ ପକ୍‌ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ରିପୋର୍ଟ: ମାନିକ୍ ଲାଲ୍ ପାଣି

Odisha Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe