Advertisment

ସ୍କୁଲ ଯାଉଥିଲା କୁନି ଝିଅ, ଲୋଲୁପ ଦୃଷ୍ଟି ପକାଇଲା ନାବାଳକ

ସ୍କୁଲରେ ପହଞ୍ଚିବା ପୂର୍ବରୁ ନିଷ୍ପାପ ଶିଶୁ ଉପରେ ଲୋଲୁପ ଦୃଷ୍ଟି ପକାଇଲେ ଜଣେ ନାବାଳକ ।

undefined

Rape Attempt

Advertisment

ହସଖୁସିରେ ଘରୁ ସ୍କୁଲ ଯାଉଥିଲା କୁନି ଝିଅ। ଆଉ କିଛି ସମୟ ପରେ ସ୍କୁଲରେ ପହଞ୍ଚିଥାନ୍ତା। ମାତ୍ର ସ୍କୁଲରେ ପହଞ୍ଚିବା ପୂର୍ବରୁ ନିଷ୍ପାପ ଶିଶୁ ଉପରେ ଲୋଲୁପ ଦୃଷ୍ଟି ପକାଇଲେ ଜଣେ ନାବାଳକ । ଆଉ ଜୋରଜବରଦସ୍ତ ତାଙ୍କ ଦୁଷ୍କର୍ମ କରିବାକୁ ପଛାଇଲେ ନାହିଁ। ଏପରି ଏକ ଲଜ୍ଜାଜନକ ଘଟଣା ଗତକାଲି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ ଘଟିଛି।

Advertisment

ପୀଡ଼ିତା ନାବାଳିକାଜଣକ ତୃତୀୟ ଶ୍ରେଣୀ ଛାତ୍ରୀ ହୋଇଥିବା ବେଳେ ଅଭିଯୁକ୍ତ ନାବାଳକଙ୍କ ବୟସ ୧୭ ବର୍ଷ ହେବ ବୋଲି ଜଣାଯାଇଛି। ଏହି ଘଟଣାରେ ପୁଲିସ୍‌ ସମ୍ପୃକ୍ତ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଗତକାଲି ନାବାଳିକାଜଣକ ଏକୁଟିଆ ନିଜ ଘରୁ ସ୍କୁଲ ଅଭିମୁଖେ ଯାଉଥିଲେ। ବାଟରେ ନିଛାଟିଆ ରାସ୍ତାରେ ସେ ଯାଉଥିବା ବେଳେ ନାବାଳକଜଣକ ତାଙ୍କୁ ପ୍ରବର୍ତ୍ତାଇ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ। ଏହାପରେ ଜୋରଜବରଦସ୍ତ ତାଙ୍କ ସହ ଦୁଷ୍କର୍ମ କରିଥିଲେ।

Advertisment

ନାବାଳିକାଜଣକ କାନ୍ଦି କାନ୍ଦି ଘରକୁ ଫେରି ସବୁ କଥା କହିଥିଲେ। ଏହାଶୁଣି ପରିବାର ଲୋକେ ତୁରନ୍ତ ନିଳଗିରି ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ନାବାଳିକାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇବା ସହ ନାବଳକଙ୍କୁ ଥାନାରେ ଅଟକ ରଖିଛି। ଏହି ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି।

Balasore Rape Minor Raped
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe