ରାତି ଅଧରେ ଘରୁ ନାବାଳିକାଙ୍କୁ ଟେକି ନେଇ ବଳାତ୍କାର କଲେ। ପରିବାର ଲୋକେ ଖୋଜାଖୋଜି କରି ଅଚେତ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ଏପରି ଏକ ଘଟଣା ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳରେ ଘଟିଛି।
ଗତ ରାତିରେ ନାବାଳିକାଜଣକ ନିଜ ମା’ଙ୍କ ସହ ଘରେ ଥିଲେ। ମା’ ଓ ସେ ପୃଥକ ରୁମ୍ରେ ଶୋଇଥିଲେ। ବିଳମ୍ବିତ ରାତିରେ ନାବାଳିକାଜଣକ ଘରୁ ଗାଏବ ହୋଇ ଯାଇଥିଲେ। ସକାଳେ ତାଙ୍କ ମା’ ଉଠିବା ପରେ ଝିଅର ପତ୍ତା ପାଇ ପାରି ନ ଥିଲେ।
ବହୁ ଖୋଜାଖୋଜି ପରେ ଘର ପାଖ ଏକ ନିଛାଟିଆ ସ୍ଥାନରେ ଝିଅ ଅଚେତ ଅବସ୍ଥାରେ ପଡ଼ିଥିବା ମହିଳା ସୂଚନା ପାଇଥିଲେ। ଏହାପରେ ତାଙ୍କୁ ତୁରନ୍ତ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ପୀଡିତାଙ୍କ ହୋସ ଆସିବା ପରେ ସେ ପୁଲିସ୍କୁ ବୟାନ ଦେଇଛନ୍ତି। ନାବାଳିକା ଝିଅ ଦୁଷ୍କର୍ମର ଶିକାର ହୋଇଥିବା ତାଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି। ଘଟଣାରେ କିଏ କିଏ ସମ୍ପୃକ୍ତ ଅଛନ୍ତି ପୁଲିସ୍ ତାହାର ତନାଘନା କରୁଛି। ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ l
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।