Advertisment

ରାତି ଅଧରେ ନାବାଳିକାଙ୍କୁ ଟେକି ନେଇ ଦୁଷ୍କର୍ମ, ସକାଳୁ ଅଚେତ ଅବସ୍ଥାରେ ଉଦ୍ଧାର

ରାତି ଅଧରେ ଘରୁ ନାବାଳିକାଙ୍କୁ ଟେକି ନେଇ ବଳାତ୍କାର କଲେ। ପରିବାର ଲୋକେ ଖୋଜାଖୋଜି କରି ଅଚେତ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Stop Rape

Stop Rape

Advertisment

ରାତି ଅଧରେ ଘରୁ ନାବାଳିକାଙ୍କୁ ଟେକି ନେଇ ବଳାତ୍କାର କଲେ। ପରିବାର ଲୋକେ ଖୋଜାଖୋଜି କରି ଅଚେତ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ଏପରି ଏକ ଘଟଣା ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳରେ ଘଟିଛି।

Advertisment

ଗତ ରାତିରେ ନାବାଳିକାଜଣକ ନିଜ ମା’ଙ୍କ ସହ ଘରେ ଥିଲେ। ମା’ ଓ ସେ ପୃଥକ ରୁମ୍‌ରେ ଶୋଇଥିଲେ। ବିଳମ୍ବିତ ରାତିରେ ନାବାଳିକାଜଣକ ଘରୁ ଗାଏବ ହୋଇ ଯାଇଥିଲେ। ସକାଳେ ତାଙ୍କ ମା’ ଉଠିବା ପରେ ଝିଅର ପତ୍ତା ପାଇ ପାରି ନ ଥିଲେ।

ବହୁ ଖୋଜାଖୋଜି ପରେ ଘର ପାଖ ଏକ ନିଛାଟିଆ ସ୍ଥାନରେ ଝିଅ ଅଚେତ ଅବସ୍ଥାରେ ପଡ଼ିଥିବା ମହିଳା ସୂଚନା ପାଇଥିଲେ। ଏହାପରେ ତାଙ୍କୁ ତୁରନ୍ତ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Advertisment

ପୀଡିତାଙ୍କ ହୋସ ଆସିବା ପରେ ସେ ପୁଲିସ୍‌କୁ ବୟାନ ଦେଇଛନ୍ତି। ନାବାଳିକା ଝିଅ ଦୁଷ୍କର୍ମର ଶିକାର ହୋଇଥିବା ତାଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି। ଘଟଣାରେ କିଏ କିଏ ସମ୍ପୃକ୍ତ ଅଛନ୍ତି ପୁଲିସ୍‌ ତାହାର ତନାଘନା କରୁଛି। ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ l

Rape Minor Raped Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe