Advertisment

ନାବାଳିକା ଗର୍ଭବତୀ ଝିଅକୁ ଦୁଷ୍କର୍ମକାରୀ ଘରେ ଛାଡ଼ିଦେଲା ବାପା; ମିଳୁନି ପତ୍ତା

ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଏକ ଟିମ୍‌ ନାବାଳିକାଙ୍କୁ ଉଦ୍ଧାର କରିବାକୁ ଯାଇଥିବାବେଳେ ନାବାଳିକାଙ୍କୁ ନପାଇ ଫେରି ଆସିଥିଲେ।

ଅଦ୍ୟତନ ହୋଇଛି
Rape

Rape

Advertisment

ନାବାଳିକା ଝିଅ ଗର୍ଭବତୀ ଜାଣିବା ପରେ ବାପା ଥାନାକୁ ନ ଯାଇ ଓଲଟା ଝିଅକୁ ନେଇ ଦୁଷ୍କର୍ମକାରୀ ଘରେ ଛାଡ଼ି ଦେଲା। ମାସେ ହେଲା ନାବାଳିକା ଜଣକ ଦୁଷ୍କର୍ମ କରିଥିବା ବ୍ୟକ୍ତିର ଘରେ ରହୁଛି। ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି କେନ୍ଦୁଝର ସଦର ଥାନା ଅଧୀନ ଏକ ଗାଁରେ। ଗତକାଲି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଏକ ଟିମ୍‌ ନାବାଳିକାଙ୍କୁ ଉଦ୍ଧାର କରିବାକୁ ଯାଇଥିବାବେଳେ ନାବାଳିକାଙ୍କୁ ନପାଇ ଫେରି ଆସିଥିଲେ।

Advertisment

ନାବାଳିକା ଜଣଙ୍କ ସପ୍ତମ ଶ୍ରେଣୀ ପରେ ଆଉ ପାଠ ପଢ଼ିନଥିଲେ।  ପ୍ରତିଦିନ ଛେଳି ଚରାଇବାକୁ ଯାଉଥିଲେ। ଗାଁରେ ଜଣେ ଝିଅ ସହ ନାବାଳିକା ସାଙ୍ଗ ହେଉଥିଲେ। ବିଭିନ୍ନ ସମୟରେ ତାଙ୍କ ଘରକୁ ଯିବାଆସିବା କରୁଥିଲେ।  ସେହି ସାଙ୍ଗର ବାପା ସହ ନାବାଳିକା ପ୍ରତିଦିନ ଛେଳି ଚରାଇବାକୁ ଯାଉଥିଲେ।  ଏହି ସମୟରେ ସାଙ୍ଗର ବାପା ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ହେଲେ ଏହି ବିଷୟରେ ନାବାଳିକା ନିଜର ପରିବାର ଲୋକଙ୍କୁ ଜଣାଇନଥିଲା। ନାବାଳିକା ୭ମାସର ଗର୍ଭବତୀ ଥିବାବେଳେ ପରିବାର ଲୋକ ଏହି ବିଷୟରେ ଜାଣିଥିଲେ। ଘଟଣାସମ୍ପର୍କରେ ଜାଣିବା ପରେ  ପୀଡ଼ିତାଙ୍କ ବାପା  ଥାନାରେ ଅଭିଯୋଗ କରିବା ପରିବର୍ତ୍ତେ ନାବାଳିକାଙ୍କୁ ନେଇ ଦୁଷ୍କର୍ମ କରିଥିବା ବ୍ୟକ୍ତିର ଘରେ ଛାଡ଼ି ଦେଇ ଆସିଥିଲେ। ନାବାଳିକା ଜଣକ ମାସେ ହେଲା ସମ୍ପୃକ୍ତ ବ୍ୟକ୍ତି ପାଖରେ ରହୁଛନ୍ତି।

ଏହି ଘଟଣା ସରପଞ୍ଚ ଜଣିବା ପରେ ଘଟଣାସମ୍ପର୍କରେ ବିଡିଓ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାଇଥିଲେ। ଗତକାଲି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଏକ ଟିମ୍‌ ସହ ନାବାଳିକାଙ୍କୁ ଉଦ୍ଧାର କରିବା ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରକୁ ଯାଇଥିଲେ। ହେଲେ ନାବାଳିକାକୁ ନପାଇ ଫେରି ଆସିଥିଲେ। ଏହା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମଧ୍ୟ ପାଇଥିଲେ। ଅନ୍ୟପକ୍ଷରେ ନାବାଳିକାଙ୍କ ବାପା ଓ ମା’ ଫେରାର ଥିବା ଜଣାଯାଇଛି। 

Advertisment

ସରପଞ୍ଚ ଗଣେଶ ଚନ୍ଦ୍ର ମୁଣ୍ଡା କହିଛନ୍ତି, ନାବାଳିକା ଝିଅ ଗର୍ଭବତୀ ହେବା ଦୁଃଖର କଥା। ଏହି କଥା ଜାଣିବା ପରେ ମୁଁ ନାବାଳିକାଙ୍କୁ ଭେଟିବାକୁ ଯାଇଥିଲି। ଘଟଣାସମ୍ପର୍କରେ ତା’ ପାଖରୁ ସବୁକଥା ଜାଣିଥିଲି। ପରେ ଏହି ବିଷୟରେ ବିଡିଓ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାଇଥିଲି।

Rape Minor Raped Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe