Advertisment

ନବରଙ୍ଗପୁରରେ ଲଜ୍ଜା; ୧୦ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା

ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସ୍କୁଲ୍ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Scientific Team

Scientific Team

ନବରଙ୍ଗପୁରରେ ଘଟିଛି ଲଜ୍ଜାଜନକ ଘଟଣା। ଯୌନ ପିପାସୁ ନାବାଳିକାଙ୍କୁ ବି ଛାଡ଼ି ନାହାନ୍ତି। ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସ୍କୁଲ୍ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଛି। ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣାରେ ପୁଲିସ୍‌ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। 

Advertisment

ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଛାତ୍ରୀଜଣକ ଶୌଚ ପାଇଁ ଯାଉଛି କହି ଗତକାଲି ମଧ୍ୟାହ୍ନ ସମୟରୁ ଘରୁ ଏକ ଗାମୁଛା ନେଇ ବାହାରିଥିଲା। ବହୁ ସମୟ ପର୍ଯ୍ୟନ୍ତ ଝିଅ ଘରକୁ ନ ଫେରିବାରୁ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ। ଶେଷରେ ରାତି ୮ଟାରେ ସ୍କୁଲ ପଛ ବୁଦା ମୂଳରୁ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଝିଅର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ତାର ପାଟିରେ ଗାମୁଛା ବନ୍ଧା ହୋଇଥିଲା ଓ ଉପରେ ଡାଳପତ୍ର ଘୋଡ଼ାଇ ଦିଆଯାଇଥିଲା । ତେଣୁ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି l

MLA On Spotଗ୍ରାମବାସୀଙ୍କ ସହ ବିଧାୟକ ଆଲୋଚନା କରୁଛନ୍ତି।

ଖବର ପାଇଁ ତେନ୍ତୁଳିଖୁଣ୍ଟି ଓ ନବରଙ୍ଗପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ସହ ଯାଞ୍ଚ କରୁଛି l ଆଜି ସକାଳୁ ସନ୍ଧାନୀ କୁକୁର ପହଞ୍ଚି ସାରିଥିବା ଜଣାଯାଇଛି। ଏନେଇ ତେନ୍ତୁଳିଖୁଣ୍ଟି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ୍‌ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଆଜି ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ତେବେ ଅଭିଯୁକ୍ତ କିଏ, ଗାଁର ନା ଗାଁ ବାହାରର ତାହାର ତଦାରଖ ଆରମ୍ଭ କରିଛି ପୁଲିସ୍‌। 

Advertisment

ଏହି ଖବର ପ୍ରଚାରିତ ହେବା ପରଠୁ ତୁରନ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ଗତକାଲି ରାତିରୁ ଉତ୍ତ୍ୟକ୍ତ ଲୋକ ଗାଁ ରାସ୍ତା ଅବରୋଧ କରିଛନ୍ତି। ସେମାନେ ଗ୍ରାମର ମୁଖ୍ୟ ରାସ୍ତା ରେ ଟାୟାର ଜାଳି ଓ ପଥର ରଖି ରାସ୍ତା ଅବରୋଧ କରିଛନ୍ତି । ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ବି ଗାଁକୁ ଆସି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ ବୋଲି କହିଛନ୍ତି। 

Minor Girl Rapped Minor Murdered Nabarangpur