Advertisment

ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ; ପୁଲିସ୍‌- ଗାଁ ଲୋକେ ଧସ୍ତାଧସ୍ତି, ପୁଲିସ୍ ବସ୍‌ ପୋଡ଼ିଦେଲେ

ହସଖୁସିରେ ଘରୁ ସ୍କୁଲକୁ ଯାଇଥିଲା ତୃତୀୟ ଶ୍ରେଣୀ ଛାତ୍ରୀ। ମାତ୍ର ଫେରିବା ବେଳେ ଲୋଲୁପ ଦୃଷ୍ଟି ପକାଇଲେ ସ୍କୁଲର ପିଅନ । ଆଉ ଛାତ୍ରୀଙ୍କୁ ଟେକି ନେଇ କଲେ ଦୁଷ୍କର୍ମ।

ଅଦ୍ୟତନ ହୋଇଛି
Tension Situation

Tension Situation

Advertisment

ହସଖୁସିରେ ଘରୁ ସ୍କୁଲକୁ ଯାଇଥିଲା ତୃତୀୟ ଶ୍ରେଣୀ ଛାତ୍ରୀ। ମାତ୍ର ଫେରିବା ବେଳେ ଲୋଲୁପ ଦୃଷ୍ଟି ପକାଇଲେ ସ୍କୁଲର ପିଅନ । ଆଉ ଛାତ୍ରୀଙ୍କୁ ଟେକି ନେଇ କଲେ ଦୁଷ୍କର୍ମ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଘଟିଛି ଲଙ୍କାକାଣ୍ଡ। ଉତ୍ତ୍ୟକ୍ତ ଲୋକେ ପୁଲିସ୍‌ ସହ ମୁହାଁମୁହିଁ ହୋଇଥିବା ବେଳେ ପୁଲିସ୍‌ ଜିପ୍‌କୁ ଭଙ୍ଗାରୁଜା କରିବା ସହ ପୁଲିସ୍‌ ବସ୍‌ ଜାଳି ଦେଇଛନ୍ତି।

Advertisment

ଏପରି ଏକ ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା କାଶୀପୁରୁ ବ୍ଲକ ଡ଼ଙ୍ଗାସିଲ ଆବାସିକ ବିଦ୍ୟାଳୟରେ ଘଟିଛି। ଗାଁରେ ଉତ୍ତେଜନା ଲାଗିଥିବାରୁ ୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ଏହି ଘଟଣାରେ ପୁଲିସ୍‌ ସମ୍ପୃକ୍ତ ପିଅନଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ତାଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଜଣାଯାଇଛି। 

ଗତକାଲି ସ୍କୁଲ ସରିବା ପରେ ତୃତୀୟ ଶ୍ରେଣୀ ଛାତ୍ରୀଜଣକ ନିଜ ଘରକୁ ଯାଉଥିଲେ। ମାତ୍ର ତାଙ୍କୁ ଏକୁଟିଆ ପାଇ ପ୍ରଲୋଭିତ କରି ସ୍କୁଲର ପିଅନ ଶିବ ପ୍ରସାଦ ମିଶ୍ର ତାଙ୍କୁ ଏକ ରୁମ୍‌କୁ ନେଇ ଯାଇଥିଲେ। ସେଠାରେ ସେ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

Advertisment

ଏହାପରେ ଛାତ୍ରୀଜଣକ କାନ୍ଦୁଥିବା ଦେଖି ଉକ୍ତ ବିଦ୍ୟାଳୟର ଅନ୍ୟ ଜଣେ ଛାତ୍ରୀ ଉଦ୍ଧାର କରି ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲେ। ଗୁରୁତର ଅବସ୍ଥାରେ ଘରେ ପହଞ୍ଚି ନାବାଳିକାଜଣକ ନିଜ ପରିବାର ଲୋକଙ୍କୁ ସବୁ କଥା କହିଥିଲେ ।

ଏହାପରେ ତୁରନ୍ତ ତାଙ୍କୁ ପ୍ରଥମେ ଡ଼ଙ୍ଗାସିଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ପରିବାର ବର୍ଗ ପକ୍ଷରୁ ଡଙ୍ଗା ସିଲ ଥାନରେ ଏତଲା ଦେବାକୁ ଯାଇଥିଲେ। ମାତ୍ର ପ୍ରଥମେ ପୁଲିସ୍‌ ଏତଲା ଗ୍ରହଣ କରୁ ନ ଥିବା ବେଳେ ପରେ ଗ୍ରହଣ କରିଥିବା କହିଛନ୍ତି ପରିବାର ଲୋକେ ।

ପୁଲିସ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଘେରି ପୁଲିସ୍‌ ବସ୍‌ରେ ନିଆଁ ଲଗାଇ ଦେଇଥିଲେ। ଫଳରେ ପୁଲିସ୍‌ ଫୋର୍ସ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ଲାଗିଥିଲା। ପୁଲିସ୍‌ ଏହି ଘଟଣାରେ ପ୍ରାୟ ୩୦ ଜଣଙ୍କୁ ଅଟକ ରଖିଥିବା ବେଳେ ଗାଁ ପୁରୁଷଶୂନ୍ୟ ହୋଇ ଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଗାଁରେ ଆଜି ୫ ପ୍ଲାଟୁନ୍‌ ପୁଲିସ ମୁତୟନ କରଯାଇଥିବା ନେଇ ସୂଚନା ମିଲିଛି। 

Rape Minor Raped Rayagada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe