Advertisment

ଜଳଖିଆ ଦୋକାନରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ

ପରିବାର ଲୋକଙ୍କ ଲିଖିତ ଅଭିଯୋଗରେ ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି।

ଅଦ୍ୟତନ ହୋଇଛି
Rape Case

Rape Case

Advertisment

ଜଳଖିଆ ଦୋକାନ ଭିତରେ ସାତ ବର୍ଷର ଶିଶୁକନ୍ୟାକୁ ଜଣେ ଯୁବକଙ୍କ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଉତ୍ତ୍ୟକ୍ତ ଲୋକେ ଯୁବକଟିକୁ କାବୁ କରି ନିସ୍ତୁକ ମାଡ଼ ମାରିବା ସହ ପୁଲିସ ଜିମାରେ ଦେଇଛନ୍ତି। ଏପରି ଘଟଣା ଘଟିଛି ପାରାଦୀପ ଲକ ଥାନା ଅଞ୍ଚଳରେ। ପରିବାର ଲୋକଙ୍କ ଲିଖିତ ଅଭିଯୋଗରେ ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ଅଭିଯୁକ୍ତର ଘର ମାର୍ଶାଘାଇ ଥାନା ହଳଦିଆରେ ବୋଲି ଜଣାଯାଇଛି।

Advertisment

ଗତକାଲି ସନ୍ଧ୍ୟାରେ ଶିଶୁକନ୍ୟାଟି ନିଜ ଜେଜେଙ୍କ ସହ ଜଳଖିଆ ଖାଇବାକୁ ଦୋକାନକୁ ଆସିଥିଲା। ଦୋକାନର ବେଞ୍ଚରେ ବସି ଜଳଖିଆ ଖାଉଥିଲା। ସେହି ସମୟରେ ଜଣେ ଯୁବକ ମଧ୍ୟ ସେହି ବେଞ୍ଚରେ ବସି ଜଳଖିଆ ଖାଉଥିଲା। ଅଭିଯୁକ୍ତ ଜଣଙ୍କ ପ୍ରଥମେ ନାବାଳିକା ସହ କିଛି ସମୟ ସହ କଥା ହୋଇଥିଲା। ପରେ ଶିଶୁକନ୍ୟାଟିକୁ ଅଭିଯୁକ୍ତ ଜଣଙ୍କ ନିଜ କୋଳରେ ନେଇ ବସାଇଥିଲା। ଏଥିସହ ଯୁବକ ଜଣଙ୍କ  ଶିଶୁକନ୍ୟାକୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

ଜେଜେ ଏହା ଦେଖି ଜୋରରେ ପାଟି କରିଥିଲେ। ପରେ ସେଠାରେ ଥିବା ଲୋକେ ଅଭିଯୁକ୍ତକୁ ଘେରି ଯାଇ ନିର୍ଧୂମ ମାଡ଼ ମାରିବା ସହ ପୁଲିସ ଜିମାରେ ଦେଇଥିଲେ।ପୁଲିସ ଉଭୟଙ୍କର ଡାକ୍ତରୀମାଇନା କରିଥିବା ଜଣାଯାଇଛି। 

Advertisment
Minor Raped Paradeep
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe