Advertisment

ବାପାମା’ଙ୍କ ଝଗଡ଼ା ତୁଟାଇବାକୁ ଯାଇ ବଳିପଡ଼ିଲା ଝିଅ

ପୁଲିସ ଗଜାନନ୍ଦ ମାଝୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Police Station

Police Station

ବାପା ମଦ ପିଇ ଆସି ମା’ ସହ ଝଗଡ଼ା କରୁଥିଲେ। ଘରେ ବସି ପାଠ ପଢ଼ୁଥିବା ଝିଅକୁ  ଏହା ଭଲ ଲାଗି ନଥଲା। ପାଠପଢ଼ା ପାଖରୁ ଉଠି ଆସି ପାଟିତୁଣ୍ଡ ନ କରିବା ପାଇଁ ବାପାମା’ଙ୍କୁ ବାରଣ କରିଥିଲା। ମଦ ନିଶାରେ ଚୁର ଥିବା ବାପାଙ୍କୁ ଝିଅର କଥା ଭଲ ଲାଗି ନଥିଲା। ସେ ଝିଅକୁ ତଣ୍ଟିଚିପି ହତ୍ୟା କରିଥିଲା। ଘଟଣାଟି ଘଟିଛି ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ କେନ୍ଦୁବାହାରା ଗାଁରେ। ପୁଲିସ ଏହି ଘଟଣାରେ ଅଭିଯୁକ୍ତ ଗଜାନନ୍ଦ ମାଝୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ଅଭିଯୋଗ ଅନୁଯାୟୀ, ଗଜାନନ୍ଦ ପ୍ରତିଦିନ ମଦ ପିଇ ଘରକୁ ଆସିଥାନ୍ତି। ଗତକାଲି ମଧ୍ୟ ଅପରାହ୍ନରେ ମଦ ପିଇ ସେ ଘରକୁ ଫେରିଥିଲେ। କୌଣସି କଥାକୁ ନେଇ ଗଜାନନ୍ଦ ଓ ତାଙ୍କ ସ୍ତ୍ରୀ ଗୋପପୁରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝିଅକୁ ଏହା ଭଲ ଲାଗି ନଥିଲା।

ଝଗଡ଼ା ନ କରିବା ପାଇଁ ଝିଅ ବାପାମାଙ୍କୁ ବାରଣ କରିଥିଲା। ମଦ ନିଶାରେ ଚୁର ଥିବା ଗଜେନ୍ଦ୍ର ଝିଅର କଥାରେ ଉତ୍‌କ୍ଷିପ୍ତ ହୋଇଯାଇଥିଲେ। ଝିଅକୁ ଟାଣିଆଣି ତାର ତଣ୍ଟିଚିପି ଦେଇଥିଲେ। ଗୋପପୁରୀ ଯେତେ ଛଡ଼ାଇଲେ ମଧ୍ୟ ଗଜେନ୍ଦ୍ର ଝିଅର ତଣ୍ଟିକୁ ଛାଡ଼ି ନଥିଲେ। ଶେଷରେ ଗୋପପୁରୀ ପଡ଼ୋଶୀଙ୍କୁ ଡାକିଥିଲେ। ହେଲେ ସେମାନେ ପହଞ୍ଚିବା ପୂର୍ବରୁ ସବୁ ସରିଯାଇଥିଲା। ଗଜାନନ୍ଦ ତାଙ୍କ ନାବାଳିକା ଝିଅକୁ ତଣ୍ଟିଚିପି ହତ୍ୟା କରିଥିଲେ। 

Advertisment

ଘଟଣା ସମ୍ପର୍କରେ ଗ୍ରାମବାସୀ ପୁଲିସକୁ ଜଣାଇଥିଲେ। ପୁଲିସ ପହଞ୍ଚି ଅଭିଯୁକ୍ତ ଗଜାନନ୍ଦଙ୍କୁ ଅଟକ ରଖି ପଚରାଉଚରା କରୁଛି ଓ ଏହାସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Odisha Police Murder Nuapada