Advertisment

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍ ଘଟଣା; ଅସୁସ୍ଥ ନାବାଳିକାଙ୍କୁ ମେଡିକାଲରୁ ଉଠାଇନେବାକୁ ଉଦ୍ୟମ; ପହଞ୍ଚିଗଲେ ସାଂସଦ

ଗତକାଲି ଚିଙ୍ଗୁଡ଼ି କମ୍ପାନୀରେ ବିଷାକ୍ତ ଗ୍ୟାସ ଲିକ୍ ହେବାରୁ ବହୁ କର୍ମଚାରୀ ଅସୁସ୍ଥ ହୋଇଥିଲେ।

Balasore

Balasore

Advertisment

ବାଲେଶ୍ୱର ଜିଲ୍ଲା ରେମୁଣାରେ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍ ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅସୁସ୍ଥ ନାବାଳିକା ଶ୍ରମିକଙ୍କୁ ରାତି ଅଧରେ ମେଡିକାଲରୁ ଉଠାଇ ନେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କୁ ମେଡିକାଲରୁ ନେବାବେଳେ ସେମାନଙ୍କୁ  ଅଟକାଇଛନ୍ତି ସ୍ଥାନୀୟ ଲୋକେ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ। ସମସ୍ତ ନାବାଳିକା ଶ୍ରମିକଙ୍କୁ ନେଇ ସାଂସଦ ଥାନାକୁ ନେବା ପରେ ଶ୍ରମିକଙ୍କୁ ସୁରକ୍ଷା ଗୃହକୁ ପଠାଇ ଦିଆଯାଇଛି।

Advertisment

ଗତକାଲି ରେମୁଣା ବ୍ଲକ ଗଡିଆମାଳ ଅଞ୍ଚଳରେ ଥିବା ଏକ ଚିଙ୍ଗୁଡ଼ି କମ୍ପାନୀରେ ବିଷାକ୍ତ ଗ୍ୟାସ ଲିକ୍ ହେବାରୁ ବହୁ କର୍ମଚାରୀ ଅସୁସ୍ଥ ହୋଇଥିଲେ। ସେଥିମଧ୍ୟରୁ ୧୮ ଜଣ ମହିଳା ସମେତ କିଛି ନାବାଳିକା ନୀଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଶ୍ରମ ବିଭାଗ ଘଟଣାର ତଦନ୍ତ କରିବା ପାଇଁ ମେଡିକାଲ ଆସୁଥିବା  ସୂଚନା ମିଳିଥିଲା। ଏହା ଜଣିପାରି ଗତକାଲି ରାତିରେ କମ୍ପାନୀର ଠିକାଦାର ଚିକିତ୍ସାଧୀନ ଥିବା ନାବାଳିକାଙ୍କୁ ଡିସଚାର୍ଜ ନକରି ହାତରେ ସଲାଇନର ଛୁଞ୍ଚି ଲାଗିଥିବା ସ୍ୱତ୍ତେ ନେଇଯାଉଥିଲେ।

ସ୍ଥାନୀୟ ଲୋକେ ଏହା ଦେଖି ସେମାନଙ୍କୁ ଅଟକାଇଥିଲେ। ଖବର ପାଇ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ୧୦ ଜଣ ନାବାଳିକାଙ୍କୁ ଥାନାକୁ ନେଇ ଯାଇଥିଲେ। ପୁଲିସ ୧୦ ଜଣ ନାବାଳିକା ଶ୍ରମିକଙ୍କୁ ପଚରାଉଚରା କରିବା ପରେ ସୁରକ୍ଷା ଗୃହକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ଜିଲ୍ଲା ଶ୍ରମ ଅଧିକାରୀ ମଧ୍ୟ ଥାନାରେ ପହଞ୍ଚି ତନଘନା କରିଛନ୍ତି। ଅନ୍ୟପକ୍ଷରେ ଘଟଣାର ତଦନ୍ତ ଚାଲିଥିବା ଶ୍ରମ ଅଧିକାରୀ କହିଛନ୍ତି।

Advertisment

ତେବେ ଏପ୍ରସଙ୍ଗରେ କଂପାନୀ କର୍ତ୍ତୃପକ୍ଷ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଥିବା ବେଳେ ମେଡିକାଲ କି ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପକ୍ଷରେ  ସଂପୃକ୍ତ କଂପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବାଲେଶ୍ୱର ସାଂସଦ। 

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe