Advertisment

ଟ୍ୟୁସନରୁ ଫେରିବା ବେଳେ ଚତୁର୍ଥ ଶ୍ରେଣୀର ଛାତ୍ରୀଙ୍କୁ ଅପହରଣ ପରେ ହତ୍ୟା

ଦୁଷ୍କର୍ମ ଅଭିଯୋଗ ଆଣି ଟିଏମସି ଉପରେ ବର୍ଷିଲା ବିଜେପି।

author-image
Debibandita Barick
ଅଦ୍ୟତନ ହୋଇଛି
Police & Local People

Police & Local People

କୋଲକାତା ଆରଜି କର କାଣ୍ଡକୁ ନେଇ ଅସନ୍ତୋଷ ଥମି ନ ଥିବାବେଳେ ପଶ୍ଚିମବଙ୍ଗରେ ଆଉ ଏକ ହତ୍ୟାକାଣ୍ଡ ଘଟିଛି। ଟ୍ୟୁସନରୁ ଫେରୁଥିବା ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରୀଙ୍କୁ କିଛି ଦୁର୍ବୃତ୍ତ ଉଠାଇ ନେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେପଟେ, ଘଟଣାକୁ ନେଇ ସ୍ଥାନୀୟ ଲୋକେ ପୁଲିସ କ୍ୟାମ୍ପରେ ନିଆଁ ଲଗାଇ ଦେଇଛନ୍ତି।

Advertisment

ସୂଚନା ଅନୁସାରେ, ଦକ୍ଷିଣ 24 ପରାଗଣର ମହିଷାମାରି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ଶୁକ୍ରବାର ଛାତ୍ରୀ ଜଣକ କୋଚିଂ ସେଣ୍ଟର ଯାଇଥିଲେ। କିନ୍ତୁ ନ ଫେରିବାରୁ ପରିବାର ଲୋକେ ନିଖୋଜ ମାମଲା ଦାଖଲ କରିଥିଲେ। ପୁଲିସ ଖୋଜାଖୋଜି କରୁଥିବା ବେଳେ ଏକ ପଡ଼ିଆ ନିକଟରୁ ମୃତଦେହ ମିଳିଛି। 

ଶନିବାର ରାତି ପ୍ରାୟ ସାଢେ ତିନିଟା ସମୟରେ ମୃତଦେହ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ମୃତଦେହ ଜବତ କରି ପୋଷ୍ଟମୋର୍ଟମ ପାଇଁ ପଠାଇଛି। ରିପୋର୍ଟ ଆସି ନ ଥିବାବେଳେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ବିଜେପି ଟିଏମସିର ମମତା ବାନାର୍ଜୀ ସରକାରଙ୍କ ଉପରେ ବର୍ଷିଛି।

Advertisment

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଯାଇଛି, ସରକାର ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ବିଜେପି ଅଭିଯୋଗ କରିଛି।

ସେପଟେ, ଘଟଣାକୁ ନେଇ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପୁଲିସ କ୍ୟାମ୍ପରେ ଭଙ୍ଗାରୁଜା କରିବା ପରେ ଜାଳି ଦେଇଛନ୍ତି। ପୁଲିସର ନିଷ୍କ୍ରିୟତା କାରଣରୁ ଏପରି ହତ୍ୟାକାଣ୍ଡ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। 

Murder Crime WB Murder West Bengal Murder Case