ମୁସ୍କାନ, ରବିନା ଓ ରବିତା ପରେ ଆଉ ଜଣେ ପତ୍ନୀ : ପ୍ରେମ ପାଇଁ ସ୍ୱାମୀଙ୍କୁ ମାରିଦେଲେ

ସ୍ୱାମୀ ପ୍ରାଣ ହରାଇବା ପରେ ପତ୍ନୀ ଜଣଙ୍କ ତାଙ୍କ ପ୍ରେମିକଙ୍କୁ ଘଟଣା ସ୍ଥଳରେ ଛିଡ଼ା ହୋଇ ଭିଡିଓ କଲ କରିଥିଲେ। ପ୍ରେମିକଙ୍କୁ ମୃତଦେହକୁ ଦେଖାଇବା ପରେ ସେଠାରୁ ଫେରାର ହୋଇଯାଇଥିଲେ।

Murder

representational image

Hemant Lenka
  • Published: Friday, 18 April 2025
  • Updated: 18 April 2025, 01:49 PM IST

Sports

Latest News

ପ୍ରେମ ପାଇଁ ନିଜ ମଥାର ସିନ୍ଦୁର ପୋଛିବାକୁ ପଛ ଘୁଞ୍ଚା ଦେଉ ନାହାନ୍ତି ଜଣଙ୍କ ପରେ ଜଣେ ମହିଳା। ପ୍ରେମିକକୁ ପାଇବା ପାଇଁ ସେମାନେ କିଛି ବି କରି ଦେଉଛନ୍ତି। ଏପରି କି ସ୍ୱାମୀଙ୍କୁ ହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି। ପୂର୍ବରୁ ଆପଣମାନେ ମୁସ୍କାନ, ରବିନା ଓ ରବିତାଙ୍କ କାଣ୍ଡ କାରନାମା ସମ୍ପର୍କରେ ବେଶ ଅବଗତ ଥିବେ। ଏମାନେ ସମସ୍ତେ ନିଜ ପ୍ରେମିକଙ୍କ ସହ ମିଶି ସ୍ୱାମୀମାନଙ୍କୁ ହତ୍ୟା କରିଥିଲେ। ହତ୍ୟା କରିବା ପରେ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ ସବୁ ପ୍ରକାରର ଚେଷ୍ଟା କରିଥିଲେ। ହେଲେ ପୁଲିସ୍‌ ହାତରେ ଧରାପଡ଼ିଥିଲେ।

ଏବେ ପୁଣି ଗୋଟିଏ ସମାନ ଘଟଣା ସାମ୍ନାକୁ ଆସିଛି। ଏଥର ଜଣେ ନାବାଳିକା ପତ୍ନୀ ନିଜର ୨୫ ବର୍ଷୀୟ ସ୍ୱାମୀଙ୍କୁ ପ୍ରେମିକଙ୍କ ଦୁଇ ସାଙ୍ଗଙ୍କ ସହ ମିଶି ନିର୍ମମ ଭାବେ ହତ୍ୟା କରିଛନ୍ତି। ଏଥିରେ ତାଙ୍କ ପ୍ରେମିକ ମଧ୍ୟ ସହଯୋଗ କରିଛନ୍ତି। ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାରୁ ଏପରି ଘଟଣା ଘଟିଛି। ଗୋଟିଏ ବିୟର ବୋତଲ ଭାଙ୍ଗି ନାବାଳିକା ପତ୍ନୀ ଓ ପ୍ରେମିକଙ୍କ ଦୁଇ ସାଙ୍ଗ ୩୬ ଥର ଏହାକୁ ଭୁଷି ଥିଲେ।

ସ୍ୱାମୀ ପ୍ରାଣ ହରାଇବା ପରେ ପତ୍ନୀ ଜଣଙ୍କ ତାଙ୍କ ପ୍ରେମିକଙ୍କୁ ଘଟଣା ସ୍ଥଳରେ ଛିଡ଼ା ହୋଇ ଭିଡିଓ କଲ କରିଥିଲେ। ପ୍ରେମିକଙ୍କୁ ମୃତଦେହକୁ ଦେଖାଇବା ପରେ ସେଠାରୁ ଫେରାର ହୋଇଯାଇଥିଲେ। ତେବେ ପୁଲିସ୍‌ ହତ୍ୟା ଘଟଣାରେ ସାମିଲ ଥିବା ୪ ଜଣଙ୍କୁ ଧରିବାକୁ ସକ୍ଷମ ହୋଇଛି। ସେହିପରି ପୁଲିସ୍‌ ବାଲ୍ୟ ବିବାହ ନିରୋଧ ଆଇନ ଆଧାରରେ ନାବାଳିକାଙ୍କ ପରିବାର ଲୋକଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଯୋଜନା କରିଥିବା ଜଣାପଡ଼ିଛି।

Also Read

ପୁଲିସର କହିବା କଥା ଯେ ଜିଲ୍ଲାର ଶାହପୁର ସହରରେ ରହୁଥିବା ୨୫ ବର୍ଷୀୟ ରାହୁଲ କୁମାର ଓରଫ ରାଜେନ୍ଦ୍ର ପାଣ୍ଡେ ମାତ୍ର ୪ ମାସ ତଳେ ବିବାହ କରିଥିଲେ। ବାହାଘରର ପରେ ସବୁ କିଛି ଠିକ ଠାକ ଚାଲିଥିଲା। ରାହୁଲ ଜଣେ ନାବାଳିକାଙ୍କୁ ବିବାହ କରିଥିବା ଭଲ ଭାବେ ଜାଣିଥିଲେ। ବୁରହାନପୁର ସିଟି ଏସ୍‌ପି ଗୌରବ ପାଟିଲ କହିଛନ୍ତି, ଏପ୍ରିଲ ୧୩ରେ ଇନ୍ଦୋର-ଇଚ୍ଛାପୁର ଜାତୀୟ ରାଜପଥ ନିକଟରେ ଥିବା ବୁରହାନପୁର ଆଇଟିଆଇ କଲେଜ ପାଖ ବୁଦାରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ତଦନ୍ତ ବେଳେ ମୃତକ ଜଣଙ୍କ ରାହୁଲ କୁମାର ବୋଲି ଜଣାପଡ଼ିଥିଲା।

ଏପ୍ରିଲ ୧୨ରେ ସେ ଓ ତାଙ୍କ ପତ୍ନୀ ଶୋପିଂ ପାଇଁ ବଜାରକୁ ଯାଇଥିଲେ। ରାହୁଲ କୁମାରଙ୍କ ମୃତଦେହ ମିଳିଥିବା ବେଳେ ତାଙ୍କ ପତ୍ନୀ ନିଖୋଜ ଥିଲେ। ପୁଲିସ୍‌ ତାଙ୍କୁ ଠାବ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ରାହୁଲ କୁମାରଙ୍କୁ ହତ୍ୟା କରିବା ପାଇଁ ନାବାଳିକା ପତ୍ନୀ ଓ ତାଙ୍କର ୨୩ ବର୍ଷୀୟ ପ୍ରେମିକ ଯୁବରାଜ ପାଟିଲ ବେଶ କିଛି ଦିନ ପୂର୍ବରୁ ଯୋଜନା କରିଥିଲେ। ଏପ୍ରିଲ ୧୨ରେ ପତ୍ନୀ ଜଣଙ୍କ ଯୁବରାଜଙ୍କ ଦୁଇ ସହଯୋଗୀ ଲଳିତ ପାଟିଲ ଓ ଆଉ ଜଣେ ନାବାଳକଙ୍କ ସହ ମିଶି ବିଚ୍‌ ରାସ୍ତାରେ ରାହୁଲ କୁମାରଙ୍କୁ ହତ୍ୟା କରିଥିଲେ।

ଏପ୍ରିଲ ୧୨ରେ ରାହୁଲ ଓ ତାଙ୍କ ପତ୍ନୀ ବୁରହାନପୁରକୁ ଶପିଂ ପାଇଁ ଯାଇଥିଲେ। ସେଠାକୁ କିଣାକିଣି କରିବା ପରେ ରେଷ୍ଟୁରାଣ୍ଟରେ ଖାଇଥିଲେ। ସେମାନେ ବାଇକରେ ଫେରୁଥିବା ବେଳେ ନାବାଳିକା ପତ୍ନୀ ଜଣଙ୍କ ଆଇଟିଆଇ କଲେଜ ନିକଟରେ ଜାଣିଶୁଣି ନିଜ ଚପଲକୁ ଖସାଇ ଦେଇଥିଲେ। ଏଥିସହ ରାହୁଲଙ୍କୁ ନିଛାଟିଆ ରାସ୍ତାରେ ବାଇକ ଅଟକାଇବାକୁ କହିଥିଲେ। ରାହୁଲ ବାଇକ ଅଟକାଇବା କ୍ଷଣି ଯୁବରାଜଙ୍କ ଦୁଇ ସାଙ୍ଗ ଲଳିତ ଓ ନାବଳକ ଜଣଙ୍କ ସେଠାରେ ପହଞ୍ଚିଥିଲେ। ସେମାନେ ରାହୁଲଙ୍କୁ ହଠାତ ଆକ୍ରମଣ କରି ରାସ୍ତା କଡ଼କୁ ଟାଣି ନେଇଥିଲେ।

ଏତିକି ବେଳେ ନାବାଳିକା ପତ୍ନୀ ଜଣଙ୍କ ଗୋଟିଏ ଭଙ୍ଗା ବିୟର ବୋତଲକୁ ରାହୁଲଙ୍କ ପେଟ ଓ ବେକରେ ବାରମ୍ବାର ଭୁଷି ଚାଲିଥିଲେ। ୩ ଜଣ ଯାକ ମିଳିତ ଭାବେ ରାହୁଲଙ୍କ ଦେହରେ ୩୬ ଥର ଭଙ୍ଗା ବିୟର ବୋତଲକୁ ଭୁଷିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ମୃତଦେହ ସେଠାରେ ପଡ଼ିଥିବା ବେଳେ ନାବାଳିକା ଜଣଙ୍କ ତାଙ୍କ ପ୍ରେମିକ ଯୁବରାଜଙ୍କୁ ଭିଡିଓ କଲ କରିଥିଲେ। ତାଙ୍କୁ ସେ ମୃତଦେହକୁ ଦେଖାଇଥିଲେ। ଏହାପରେ ୩ ଜଣ ଯାକ ନିକଟସ୍ଥ ବୁଦାରେ ମୃତଦେହ ଫିଙ୍ଗି ଫେରାରର ହୋଇଯାଇଥିଲେ। ପୁଲିସ୍‌ ଏପ୍ରିଲ ୧୩ ତାରିଖ ଅର୍ଥାତ ରବିବାର ସକାଳୁ ବୁଦା ଭିତରୁ ମୃତଦେହକୁ ଠାବ କରିଥିଲା ବୋଲି ଶ୍ରୀ ପାଟିଲ କହିଛନ୍ତି।

ରାହୁଲଙ୍କ ପରିବାର ଲୋକ ପୁଲିସ୍‌କୁ କହିଥିଲେ ଯେ ସେମାନେ ଶେଷ ଥର ପାଇଁ ପୁଅକୁ ତାଙ୍କ ପତ୍ନୀଙ୍କ ସହ ଦେଖିଥିଲେ। କିନ୍ତୁ ଘଟଣା ସ୍ଥଳରେ ପୁଲିସ୍‌ ରାହୁଲଙ୍କ ପତ୍ନୀଙ୍କୁ ପାଇ ନ ଥିବାରୁ ତାଙ୍କ ଭୂମିକା ସନ୍ଦେହ ଘେରକୁ ଆସିଥିଲେ। ଘଟଣାର ତଦନ୍ତ ପାଇଁ ପୁଲିସ୍‌ ସ୍ୱତନ୍ତ୍ର ଟିମ ଗଠନ କରିଥିଲା। ଉକ୍ତ ଟିମ ୪ ଅଭିଯୁକ୍ତଙ୍କୁ ଧରିବାକୁ ସକ୍ଷମ ହୋଇଛି। ଯୁବରାଜ ଓ ଲଳିତଙ୍କୁ ଗିରଫ କରାଯାଇଥିବା ବେଳେ ହତ୍ୟାକାଣ୍ଡରେ ସାମିଲ ଥିବା ରାହୁଲଙ୍କ ପତ୍ନୀ ଓ ଯୁବରାଜଙ୍କ ଜଣେ ସହଯୋଗୀଙ୍କ ବୟସ ୧୮ ବର୍ଷରୁ କମ ହୋଇଥିବାରୁ ସେମାନଙ୍କୁ ଅଟକ ରଖାଯାଇଛି।

ପୁଲିସ୍‌ କହିଛି ଯେ ଅଭିଯୁକ୍ତମାନେ ସେମାନଙ୍କ ଅପରାଧକୁ ସ୍ୱୀକାର କରିଛନ୍ତି। ଅପରାଧ ଘଟାଇବା ପରେ ଯୁବରାଜ ଓ ଲଳିତ ପ୍ରଥମେ ଇତାର୍ସି ଯାଇଥିଲେ। ସେଠାରୁ ସେମାନେ ଉଜ୍ଜୟୀନ ଯାଇଥିଲେ। ପୁଲିସ୍‌ ଉଜ୍ଜୟୀନରୁ ସମସ୍ତଙ୍କୁ ଧରିଛି। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା, ଅପରାଧିକ ଷଡ଼ଯନ୍ତ୍ର ଓ ପ୍ରମାଣ ନଷ୍ଟ ଭଳି ଦଫାରେ ମାମଲା ରୁଜୁ ହୋଇଛି।

ଏହାପୂର୍ବରୁ ଉତ୍ତର ପ୍ରଦେଶର ମୀରଟର ମୁସ୍କାନ ରସ୍ତୋଗୀର ତାଙ୍କ ପ୍ରେମିକ ସାହିଲ ଶୁକ୍ଳା ସହ ମିଶି ସ୍ୱାମୀ ସୌରଭ ରାଜପୁତଙ୍କୁ ଭୟଙ୍କର ଢଙ୍ଗରେ ହତ୍ୟା କରିଥିଲା। ଉଭୟ ମାର୍ଚ୍ଚ ୩ରେ ସୌରଭଙ୍କୁ ପ୍ରଥମେ ଡ୍ରଗ୍ସ ପରେ ଛୁରୀ ଭୁଷି ହତ୍ୟା କରିଥିଲେ। ଏହାପରେ ମୃତଦେକୁ ଖଣ୍ଡଖଣ୍ଡ କରି ଗୋଟିଏ ଡ୍ରମରେ ଭର୍ତ୍ତି କରି ସିମେଣ୍ଟ ଦ୍ୱାରା ସିଲ କରିଥିଲେ। ହତ୍ୟାକାଣ୍ଡ ପରେ ସେମାନେ ହିମାଚଳ ପ୍ରଦେଶର ଶିମଲାକୁ ହନିମୁନ ପାଇଁ ଚାଲି ଯାଇଥିଲେ। ସେଠାରେ ଛୁଟି କାଟି ପ୍ରାୟ ୧୫ ଦିନ ପରେ ଫେରିବା ପରେ ପୁଲିସ୍‌ ଦ୍ୱାରା ଗିରଫ ହୋଇଥିଲେ। ଏହି ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା।

ସେହିପରି ହରିୟାଣର ଭିୱାନି ଜିଲ୍ଲାରେ ପ୍ରେମିକ ସହ ପତ୍ନୀଙ୍କୁ ସ୍ୱାମୀ ଜଣଙ୍କ ଆପତ୍ତିଜନକ ଅବସ୍ଥାରେ ଦେଖି ଦେବାରୁ ସେମାନେ ତାଙ୍କୁ ସବୁଦିନ ପାଇଁ ନିଜ ରାସ୍ତାରୁ ହଟାଇ ଦେଇଥିଲେ। ଅଭିଯୁକ୍ତ ମହିଳା ଜଣଙ୍କ ହେଲେ ରବିନା। ସେ ଜଣେ ୟୁଟ୍ୟୁବର। ତାଙ୍କ ପ୍ରେମିକ ସୁରେଶ ମଧ୍ୟ ଜଣେ ୟୁଟ୍ୟୁବର। ସେମାନେ ରବିନାଙ୍କ ସ୍ୱାମୀ ପ୍ରବୀଣଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ହତ୍ୟା କରିବା ପରେ ପ୍ରବୀଣଙ୍କ ମୃତଦେହକୁ ଉଭୟ ବାଇକରେ ନେବା ସହ ଗୋଟିଏ ଡ୍ରେନରେ ଫିଙ୍ଗି ଦେଇଥିଲେ। ହତ୍ୟାର ୩ ଦିନ ପରେ ପୁଲିସ୍‌ ଡ୍ରେନରୁ ପ୍ରବଣୀଙ୍କ ଗଳିତ ଶବକୁ ଜବତ କରିଥିଲା।

ପୁଣିଥରେ ସେହି ଉତ୍ତର ପ୍ରଦେଶର ମୀରଟରେ ଜଣେ ମହିଳା ତାଙ୍କ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ନିର୍ମମ ଭାବେ କରିଥିଲେ। ସ୍ୱାମୀ ତାଙ୍କର ପରକୀୟା ପ୍ରୀତି ସମ୍ପର୍କରେ ଜାଣି ଦେବାରୁ ସେ ଏଭଳି କାଣ୍ଡ ଘଟାଇଥିଲେ। ହତ୍ୟା କରିବା ପରେ ଏହାକୁ ଭିନ୍ନ ରୂପ ଦେବାକୁ ମହିଳା ଜଣଙ୍କ ପୂରା ଚେଷ୍ଟା କରିଥିଲେ। ସ୍ୱାମୀଙ୍କ ହତ୍ୟାକୁ ଦୁର୍ଘଟଣାର ରୂପ ଦେବା ପାଇଁ ସେ ଗୋଟିଏ ବିଷ ଧର ସାପ ଆଣିଥିଲେ। ଏହାକୁ ସ୍ୱାମୀଙ୍କ ମୃତଦେହ ପାଖରେ ରଖି ନିଜ ହାତକୁ ସାଫ କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ମହିଳା ଓ ତାଙ୍କ ପ୍ରେମିକଙ୍କ ସବୁ ଯୋଜନାକୁ ପୁଲିସ ପଣ୍ଡ କରି ଦେଇଛି। ମୃତକ ଜଣଙ୍କ ହେଲେ ୨୫ ବର୍ଷୀୟ ଅମିତ କଶ୍ୟପ। ପତ୍ନୀ ରବିତା ତାଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି। ଏଥିରେ ରବିତାଙ୍କୁ ତାଙ୍କ ପ୍ରେମିକ ଅମରଦୀପ ସହାୟତା କରିଥିଲେ। ଅମରଦୀପ ହେଉଛନ୍ତି ଅମିତଙ୍କ ବନ୍ଧୁ।

ଶ୍ରମିକ ଭାବେ କାମ କରୁଥିବା ଅମିତ ଗତ ଶନିବାର କାମରୁ ଫେରି ଘରେ ଖାଇବା ପରେ ଶୋଇ ପଡ଼ିଥିଲେ। ସେ ନିଦରେ ଶୋଇଥିବା ବେଳେ ରବିତା ଓ ଅମରଦୀପ ତାଙ୍କୁ ତଣ୍ଟି ଚିପି ଘର ଭିତରେ ହତ୍ୟା କରିଥିଲେ। ଅମିତଙ୍କୁ ହତ୍ୟା କରିବା ପରେ ଯୋଜନା ଅନୁସାରେ ରବିତା ୧ ହଜାର ଟଙ୍କା ଦେଇ ଆଣିଥିବା ଗୋଟିଏ ବିଷ ଧର ସାପକୁ ସ୍ୱାମୀଙ୍କ ମୃତଦେହ ତଳେ ରଖି ଦେଇଥିଲେ। ମୃତଦେହ ତଳେ ସାପଟି ରହିଥିବାରୁ ଏହା ଏକାଧିକ ଥର ଅମିତଙ୍କୁ କାମୁଡ଼ି ଥିଲା। ଏହାର ଚିହ୍ନ ମଧ୍ୟ ଅମିତଙ୍କ ଶରୀରରେ ଦେଖା ଯାଇଥିଲା। ହେଲେ ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ପ୍ରକୃତ ସତ ଜାଣିବାକୁ ସକ୍ଷମ ହୋଇଥିଲା।

ଯଦିଓ ଅମିତଙ୍କ ଦେହରେ ସାପ କାମୁଡ଼ାର ଦାଗ ରହିଥିଲା, କିନ୍ତୁ ତାଙ୍କୁ ତଣ୍ଟି ଚିପି ପ୍ରଥମେ ହତ୍ୟା କରାଯାଇଥିବା ପୁଲିସ୍‌ ଜାଣିବା ପରେ ରବିତାଙ୍କୁ ଜେରା କରିଥିଲା। ପ୍ରଥମେ ସେ ପୁଲିସ୍‌କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ନିଜର ଅପରାଧକୁ ସ୍ୱୀକାର କରିଥିଲେ। ପୁଲିସ୍‌ ପ୍ରଥମେ ରବିତା ଓ ତାଙ୍କୁ ହତ୍ୟାରେ ସହଯୋଗ କରିଥିବା ପ୍ରେମିକ ଅମରଦୀପଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story