Advertisment

୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରି ବନ୍ଧା ହେଲେ ବୃଦ୍ଧ

କୁରକୁରେ ଲୋଭ ଦେଖାଇ ଶିଶୁକନ୍ୟାକୁ ଜଙ୍ଗଲକୁ ନେଇଯାଇଥିଲା ଅଭିଯୁକ୍ତ।

ଅଦ୍ୟତନ ହୋଇଛି
Arrested

Arrested

Advertisment

କୁରକୁରେ ଲୋଭ ଦେଖାଇ ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ବୃଦ୍ଧଙ୍କୁ ଗିରଫ କରିଛି ପୁଲିସ। ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରୁ ଏହି ଅଭିଯୋଗ ଆସିଛି। ଗିରଫ ଅଭିଯୁକ୍ତ ଜଣକ ମୋହନା ଥାନା ଭଳିଆସହି ଗାଁର ବଳରାମ ନାୟକ।

Advertisment

ଗତକାଲି ସନ୍ଧ୍ୟାରେ ବଳରାମ ଶିଶୁ କନ୍ୟାଟି ଏକୁଟିଆ ଥିବାର ସୁଯୋଗ ନେଇ ଦୋକାନରୁ କୁରକୁରେ କିଣି ଦେବା ପାଇଁ ପ୍ରଲୋଭନ ଦେଖାଇଥିଲେ। ଶିଶୁକନ୍ୟାଟି ଆସିବା ପରେ ତାକୁ ପାଖ ଜଙ୍ଗଲକୁ ନେଇଯାଇଥିଲା ଅଭିଯୁକ୍ତ। ସେଠାରେ ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିଲା। ପରିବାର ଲୋକେ ଶିଶୁକନ୍ୟାକୁ ଘରେ ନ ପାଇ ଖୋଜାଖୋଜା କରିଥିଲେ, ହେଲେ ପାଇ ନଥିଲେ। ପରେ ଶିଶୁକନ୍ୟାଟି ଅଚେତ ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର କରିଥିଲେ ପରିବାର  ଲୋକେ। 

ଶିଶୁକନ୍ୟାର ମାଆ ଏ ନେଇ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ବଳରାମକୁ ଗିରଫ କରିଛି।

Advertisment
Minor Raped Gajpati
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe