Advertisment

ମାତିଛନ୍ତି ନାବାଳକ ଲୁଟେରା, ଘରୁ ଲୁଟିନେଲେ ୮ ଲକ୍ଷର ଅଳଙ୍କାର

ଦୁଇ ଜଣ ନାବାଳକଙ୍କୁ ଅଟକ ରଖାଯାଇଥିବା ବେଳେ ଆଉ ୨ ଜଣ ଫେରାର ଥିବା କୁହାଯାଉଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Loot in Bhubaneswar

Loot in Bhubaneswar

ରାଜଧାନୀରେ ଦିନ ଦ୍ୱିପହରେ ଲୁଟ୍‌। ଘରେ ପଶି କଳାକନା ବୁଲାଇଲେ ନାବାଳକ ଲୁଟେରା। ଭୁବନେଶ୍ୱର ଗ୍ୟରେଜ ଛକରେ ଘଟିଛି ଏଭଳି କିଛି ଘଟଣା। ଲୁଟେରାମାନେ ପ୍ରାୟ ୮ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି।

Advertisment

ରାଜଧାନୀ ଗ୍ୟାରେଜ ଛକରେ ଥିବା ଜଣେ ବ୍ୟକ୍ତିଙ୍କ ଘରେ ପଶି ନାବାଳକ ଲୁଟେରାମାନେ ଏଭଳି ଲୁଟପାଟ୍ କରିଥିବା ଅଭିଯୋଗ ହୋଇଛି। ଏହି ନାବାଳକ ମାନେ ବ୍ରହ୍ମପୁରର ବୋଲି କୁହାଯାଉଛି। ଚୋରି ବେଳେ ଏମାନଙ୍କୁ ଘର ମାଲିକ ଧରିଥିଲେ ମଧ୍ୟ ୮ଲକ୍ଷ ଟଙ୍କାର ସୁନା ନେଇ ଖସିଯାଇଛନ୍ତି ଦୁଇ ଜଣ ଲୁଟେରା। ସେହିପରି ଆଉ ୨ ଜଣ ଲୁଟେରା ଧରା ପଡିଛନ୍ତି। ଘର ମାଲିକ ଦୁଇ ନାବାଳକକୁ ଧରି ଲିଙ୍ଗାରଜ ପୁଲିସକୁ ହସ୍ତାନ୍ତର କରିଛନ୍ତି।

ଅଭିଯୋଗ ପାଇବା ପରେ କମିସନରେଟ୍ ପୁଲିସ ଘଟଣାସ୍ଥଳରେ ତନାଘନା ଆରମ୍ଭ କରିଛି। ଏହି ଘଟଣାରେ ଦୁଇ ଜଣ ନାବାଳକଙ୍କୁ ଅଟକ ରଖାଯାଇଛି। ଆଉ ୨ ଜଣ ଫେରାର ଥିବା କୁହାଯାଉଛି। ତେବେ ନାବାଳକକୁ ବ୍ୟବହାର କରି ଏପରି ଲୁଟ କରାଯାଇଥିବା ସନ୍ଦେହ କରୁଛି ପୁଲିସ।

Advertisment

କିଛିଦିନ ତଳେ ନାଗେଶ୍ୱର ଟାଙ୍ଗୀ ଅଞ୍ଚଳରୁ ଚୋରି ହୋଇଥିଲା। ଆଉ ଚୋରି କରିଥିବା ଘରେ ଅଣ୍ଡା ଅମଲେଟ ତିଆରି କରି ଖାଇଥିଲେ ଲୁଟେରା। ପରେ ଚଢ଼େଇ ପଞ୍ଜୁରୀକୁ ଚୋରି କରିବା ବେଳେ ଚଢ଼େଇ ସବୁ ବୋବେଇବାରୁ ଧରାପଡ଼ିଥିଲେ।

Odisha Police Bhubaneswar Loot