/odisha-reporter/media/post_attachments/uploadimage/library/16_9/16_9_0/murder_1710489426.jpg)
murder
ନାବାଳକକୁ ହତ୍ୟା କରି ଆମ୍ବ ଗଛରେ ଟାଙ୍ଗି଼ ଦେଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ଶ୍ରୀରାମପୁରରେ। ମୃତ ନାବାଳକ ଜଣଙ୍କ ହେଲେ ୧୨ ବର୍ଷର ପୁଅ ଶୁଭମ ପ୍ରଧାନୀ। ଶୁଭମ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିଲେ।
Advertisment
ଶୁଭମ ଅଜା ଘର ରହି ପାଠ ପଢ଼ୁଥିଲେ। ମହାଶିବରାତ୍ରୀ ପାଇଁ ନିଜ ଘରକୁ ଆସିଥିଲେ। ମଙ୍ଗଳବାର ଦିନ ପୁଅ ଶୁଭମ ମାଆଠାରୁ ଚୁଟି କାଟିବା ପାଇଁ ୫୦ ଟଙ୍କା ନେଇ ଘରୁ ବଜାରକୁ ଯାଇଥିଲେ। ହେଲେ ଦୀର୍ଘ ସମୟ ଧରି ପୁଅ ଘରକୁ ନ ଫେରିବା ପରେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ହେଲେ କୌଣସି ସ୍ଥାନରେ ପୁଅର ସନ୍ଧାନ ମିଳିଲା ନାହିଁ।
ବୁଧବାର ସକାଳେ ପୁଅର ମୃତଦେହ ଆମ୍ବ ଗଛରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ। ପୁଅକୁ କିଏ ହତ୍ୟା ଟାଙ୍ଗିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶୁଭମର ମୃତ୍ୟୁ ପରେ ପରେ ପରିବାର ଲୋକେ ଭାଙ୍ଗିପଡ଼ିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
