Advertisment

ପୁଣି ବେଙ୍ଗଲରେ ଲଜ୍ଜା: ନାବାଳିକାଙ୍କୁ ‘ଯୌନ ନିର୍ଯାତନା’ ପରେ ରାସ୍ତା କଡ଼ରେ ଫିଙ୍ଗିଲେ

ଗୋଟିଏ ପଟେ କୋଲକାତାରେ ଜଣେ ମହିଳା ଡାକ୍ତରଙ୍କୁ ହସ୍ପିଟାଲ ଭିତରେ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ବେଙ୍ଗଲ ଅଶାନ୍ତ ହୋଇ ଉଠିଥିବା ବେଳେ ପୁଣି ଗୋଟିଏ ଯୌନ ନିର୍ଯାତନା ଘଟଣା ସାମ୍ନାକୁ ଆସିଛି।

Bengal

Bengal

Advertisment

ପଶ୍ଚିମବଙ୍ଗରୁ ପୁଣି ଆସିଛି ଲଜ୍ଜାଜନକ ଘଟଣା। ଏଠାରେ ଜଣେ ୧୫ ବର୍ଷୀୟ ଝିଅ ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଯୌନ ନିର୍ଯାତନା ପରେ ତାଙ୍କୁ ରାସ୍ତା କଡ଼ରେ ଫିଙ୍ଗି ଦିଆଯାଇଥିଲା। ରାସ୍ତା କଡ଼ରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି।

Advertisment

ବେଙ୍ଗଲର ହୁଗଲୀରେ ଏପରି ଘଟଣା ଘଟିଛି। ଗୋଟିଏ ପଟେ କୋଲକାତାରେ ଜଣେ ମହିଳା ଡାକ୍ତରଙ୍କୁ ହସ୍ପିଟାଲ ଭିତରେ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ବେଙ୍ଗଲ ଅଶାନ୍ତ ହୋଇ ଉଠିଥିବା ବେଳେ ପୁଣି ଗୋଟିଏ ଯୌନ ନିର୍ଯାତନା ଘଟଣା ସାମ୍ନାକୁ ଆସିଛି।

ପ୍ରାଥମିକ ସୂଚନା ଅନୁସାରେ, ଶୁକ୍ରବାର ବିଳିମ୍ବିତ ସନ୍ଧ୍ୟାରେ ପୂରା ଘଟଣା ଘଟିଥିଲା। ନାବାଳିକା ଜଣଙ୍କ ଟ୍ୟୁସନରୁ ଫେରୁଥିବା ବେଳେ ତାଙ୍କୁ ଗୋଟିଏ କାରରେ କେହି ଉଠାଇ ନେଇଥିଲା। ଏହାପରେ ହୁଗଲୀ ଜିଲ୍ଲାରେ ଥିବା ହରିପାଲ ସ୍ଥିତ ରାସ୍ତା କଡ଼ରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

Advertisment

ତାଙ୍କ ପୋଷାକ ଚିରି ଯାଇଥିବା ବେଳେ ସେ ତଳେ ପଟକୁ ମୁହଁ ମାଡ଼ି ହୋଇପଡ଼ିଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲେ। କାର ଭିତରେ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ତେବେ ମେଡିକାଲ ରିପୋର୍ଟ ଏଯାଏ ଆସି ନାହିଁ। 

ଉଦ୍ଧାର ପରେ ନାବାଳିକାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ତାଙ୍କର ଡାକ୍ତରୀ ମାଇନା କରାଯାଇଛି। ଏନେଇ ବେଙ୍ଗଲ ପୁଲିସ୍‌ କହିଛି ଯେ ଅଭିଯୋଗ ମିଳିବା ପରେ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ବେଳେ ମେଡିକୋ ଲିଗାଲ ଓପିନିୟନ ନିଆ ଯାଇଛି।

ଏଯାଏ ଘଟଣାରେ କୌଣସି ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇ ନାହିଁ। ପୀଡ଼ିତା ଓ ତାଙ୍କ ପରିବାର ଗୋପନୀୟତାକୁ ଅଗ୍ରାଧିକାର ଦେବାକୁ ଅନୁରୋଧ। ଗୁଜବ ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବେଙ୍ଗଲ ପୁଲିସ କହିଛି।

ଅନ୍ୟପକ୍ଷରେ ବିଜେପି ଅଭିଯୋଗ କରିଛି ଯେ ପୁଲିସ୍‌ ଘଟଣାକୁ ଘୋଡ଼େଇବାକୁ ଚେଷ୍ଟା କରୁଛି। ହସ୍ପିଟାଲକୁ ପୁଲିସ କର୍ଡନ ଅଫ କରିଛି ଓ ଗଣମାଧ୍ୟମକୁ ଛଡ଼ା ଯାଉ ନାହିଁ।

West Bengal Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe