Advertisment

ଦୁଇ ନାବାଳିକା ଭଉଣୀ ଗର୍ଭବତୀ

ପୀଡ଼ିତା ଦ୍ୱୟଙ୍କ ବାପା ଏନେଇ ଏନଇବି ପୁଲିସ୍‌ ଷ୍ଟେସନରେ ଅଭିଯୋଗ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ଜଣେ ପୀଡ଼ିତାଙ୍କ ବୟସ ୧୫ ବର୍ଷ ଓ ଆଉ ଜଣଙ୍କୁ ୧୩ ବର୍ଷ। ସେମାନଙ୍କୁ ସାପ୍ପି ଓ ଶୁଭାନ ନାମକ ଦୁଇ ଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

author-image
Hemant Lenka
Stop Rape

Stop Rape

ରାଜସ୍ଥାନାର ଅଲୱର ଜିଲ୍ଲାରୁ ବିଚଳିତ କରିବା ଭଳି ଖବର ଆସିଛି। ଏଠାରେ ଦୁଇ ନାବାଳିକା ଭଉଣୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ପୀଡ଼ତା ଦ୍ୱୟଙ୍କ ବାପାଙ୍କ ସହ ଇଟା ଭାଟିରେ କାମ କରୁଥିବା ଦୁଇ ଯୁବକ ଏପରି କାଣ୍ତ ଘଟାଇଛନ୍ତି। ଗଣଦୁଷ୍କର୍ମ ପରେ ଉଭୟ ଗର୍ଭବତୀ ହୋଇଥିବା ପୁଲିସ୍‌ କହିଛି। 

Advertisment

ପୀଡ଼ିତା ଦ୍ୱୟଙ୍କ ବାପା ଏନେଇ ଏନଇବି ପୁଲିସ୍‌ ଷ୍ଟେସନରେ ଅଭିଯୋଗ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ଜଣେ ପୀଡ଼ିତାଙ୍କ ବୟସ ୧୫ ବର୍ଷ ଓ ଆଉ ଜଣଙ୍କୁ ୧୩ ବର୍ଷ। ସେମାନଙ୍କୁ ସାପ୍ପି ଓ ଶୁଭାନ ନାମକ ଦୁଇ ଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ନିକଟରେ ବଡ଼ ଭଉଣୀ ଜଣଙ୍କ ତାଙ୍କ ତଳି ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ପରିବାର ଲୋକ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଥିଲେ। ପରୀକ୍ଷାରୁ ଜଣାପଡ଼ିଥିଲା ଯେ ସେ ସାଢ଼େ ସାତ ମାସ ଗର୍ଭକୁ ପେଟରେ ରଖିଛନ୍ତି। ଏହା ଶୁଣି ସମସ୍ତେ ଚକିତ ହୋଇଯାଇଥିଲେ।

Advertisment

ଅଧିକ ପଚରାଉଚରା କରାଯିବାରୁ ସେ ସାପ୍ପି ଓ ଶୁଭାନର ନାଁ ନେଇଥିଲେ। ଉଭୟ ତାଙ୍କୁ ଓ ତାଙ୍କ ସାନ ଭଉଣୀଙ୍କୁ ମଧ୍ୟ ଦୁଷ୍କର୍ମ କରିଥିବା କହିଥିଲେ। ଯଦି ଏକଥା ସେମାନେ କାହାକୁ କୁହନ୍ତି, ତା’ହେଲେ ଉଭୟଙ୍କୁ ହତ୍ୟା କରାଯିବ ବୋଲି ଦୁଇ ଅଭିଯୁକ୍ତ ଧମକ ଦେଇଥିବା ପୀଡ଼ିତା ଦ୍ୱୟ କହିଛନ୍ତି।

ଅଲୱର ଏସ୍‌ପି ଆନନ୍ଦ ଶର୍ମା କହିଛନ୍ତି, ଘଟଣା ସମ୍ପର୍କରେ ଏନଇବି ପୁଲିସ୍‌ ଷ୍ଟେସନରେ ଏଫଆଇଆର ହୋଇଛି। ଦୁଇ ପୀଡ଼ିତାଙ୍କ ଡାକ୍ତର ମାଇନା ଶେଷ ହୋଇଛି। ପରୀକ୍ଷାରୁ ଉଭୟ ଗର୍ଭବତୀ ଥିବା ସ୍ପଷ୍ଟ ହୋଇଥିବା ସେ କହିଛନ୍ତି।

ବଡ଼ ଭଉଣୀ ସାଢ଼େ ସାତ ମାସ ଓ ସାନ ଭଉଣୀ ଅଢ଼େଇ ମାସର ଗର୍ଭବତୀ ଥିବା ପୁଲିସ୍‌ କହିଛି। ଏନଇବି ଏସଏଚ୍‌ଓ ଅନୀଲ ଜୈନ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି ଓ କାହାକୁ ଗିରଫ କରାଯାଇ ନାହିଁ। ପୀଡ଼ିତାଙ୍କ ବାପା ଯେଉଁ ଇଟା ଭାଟିରେ କାମ କରୁଥିଲେ, ତା’ଠାରୁ ଅଳ୍ପ ଦୂରରେ ସେମାନଙ୍କ ଘର ରହିଥିଲା।

Rajasthan Stop Rape