ପୁଅ ସ୍କୁଲ ଗଲା ନାହିଁ ବୋଲି ବାପା ଦେଲା ଚେଙ୍କ। ଏହି ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ହଟିଆନାଳି ଗାଁରୁ। ପୁଲିସ୍ ଏହି ଘଟଣାରେ ନାବାଳକଙ୍କ ବାପା ଓ ସାବତ ମା’ଙ୍କୁ ଅଟକ ରଖିଛି।
ଗତ କିଛି ଦିନ ତଳେ ଏହି ଘଟଣା ଘଟିଥିଲା। ଚେଙ୍କ ଖାଇଥିବା ୧୨ ବର୍ଷୀୟ ନାବାଳକଙ୍କ ଅବସ୍ଥା ଗୁରୁତର ହେବା ପରେ କଥା ଲୋକଲୋଚନକୁ ଆସିଥିଲା। ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ଚାଇଲ୍ଡ ଲାଇନକୁ ଯୋଗାଯୋଗ କରିଥିଲେ।
Also Read
ଚାଇଲ୍ଡ ଲାଇନ ସଦସ୍ୟମାନେ ଆସିବା ପରେ ପୁଲିସ ଉପସ୍ଥିତିରେ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା। ଏହା ପରେ ପୁଲିସ ତାଙ୍କ ବାପା ଓ ସାବତ ମା’ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ଅଭିଯୋଗ ଅନୁଯାୟୀ, ପିଲାଟିକୁ ଚେଙ୍କ ଦେବାକୁ ତାଙ୍କ ସାବତ ମା’ ପ୍ରବର୍ତ୍ତାଇ ଥିଲେ।
ଅନୁଗୋଳରୁ ବିରଜା ପ୍ରସାଦ ଦାଶଙ୍କ ରିପୋର୍ଟ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସରକାର ଆଡେଇଦେଲେ, ବିଷ୍ଣୁପଦଙ୍କୁ ସହ ଅଭିଯୁକ୍ତ ଦର୍ଶାଇ ଗିରଫ କରିପାରେ ସିବିଆଇ!
ସିବିଆଇର ତଦନ୍ତକାରୀ ଅଫିସର ଗୁରଜିନ୍ଦର ସିଂ ଗତ ୬ଦିନ ଧରି ଭୁବନେଶ୍ୱରରେ ଡେରା ପକାଇଛନ୍ତି । ସରକାରୀ ଉଦ୍ୟୋଗ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀର ଜେନେରାଲ ମ୍ୟାନେଜର(ଇଷ୍ଟକୋଷ୍ଟ) ଭୂପେନ୍ଦ୍ର କୁମାର ସିଂହଙ୍କୁ ଭୁବନେଶ୍ୱରସ୍ଥିତ ସିବିଆଇ ଅଫିସକୁ ଡାକି ଜେରା କରାଯାଇଛି ।
Crime
ଭୁବନେଶ୍ୱରରେ ହରିୟାଣା ପୁଲିସ୍, ଘରକୁ ଘର ବୁଲି ଖୋଜୁଛି
ଇନ୍ଫୋସିଟି ଥାନା ପୁଲିସ୍ ସହାୟତାରେ ହରିୟାଣା ପୁଲିସ୍ ପ୍ରଶାନ୍ତି ବିହାରକୁ ଯାଇଥିଲେ। ଘରକୁ ଘର ବୁଲି ଲୋକଙ୍କୁ ପଚାରିଥିଲେ। ଏପରିକି ମୋବାଇଲ ଲୋକେସନ୍ ମିଳିଥିବା ଘରେ ସର୍ଚ୍ଚ କରିଥିଲେ।
Crime
ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଲେ ସେକ୍ସନ ଅଫିସର
ପେନସନ କାମ କରାଇ ଦେବାକୁ ଲାଞ୍ଚ ମାଗିଥିଲେ ସେକ୍ସନ ଅଫିସର।
Crime
ସମ୍ପତ୍ତି ପାଇଁ ଗର୍ଲଫ୍ରେଣ୍ଡ ସହ ମିଶି ବାପାଙ୍କୁ ଜୀବନ୍ତ ଜାଳି ଦେଲା
ଯୋଜନା ଅନୁସାରେ ସଂଗୀତା ବେଶ କୌଶଳକ୍ରମେ ରାମୁଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲା।
Crime
କୋଲ୍ଡଡ୍ରିଙ୍କସ୍ ବୋତଲରେ ଚାଲାଣ ହେଉଥିଲା ଦେଶୀ ମଦ; ମାଡ଼ି ବସିଲା ପୁଲିସ
ଗୋଟିଏ ବ୍ୟାଗ ଖୁଣ୍ଟାରୁ ନେଇ ଭୁବନେଶ୍ୱରରେ ପହଞ୍ଚାଇଲେ ମାଲିକ ସେମାନଙ୍କୁ ୫ଶହ ଟଙ୍କା ଦେଉଥିବା କହିଛନ୍ତି ଗିରଫ ଅଭିଯୁକ୍ତ।