Advertisment

କଂପ୍ୟୁଟର ଗେମ୍‌ ନିଶା: ‘ରସଗୋଲା ଓ କୋଲ୍ଡ ଡ୍ରିଙ୍କ୍ସ’ ଶେଷ ଇଚ୍ଛା ପୂରଣ କରି ବାଳକକୁ ହତ୍ୟା କଲେ ତିନି କିଶୋର

ଅନ୍‌ ଲାଇନ୍‌ ଗେମ୍‌ ନିଶାରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରକୁ ହତ୍ୟା କରିଛନ୍ତି ୩ ଜଣ ନାବାଳକ।

ଅଦ୍ୟତନ ହୋଇଛି
Representational Image

Representational Image

Advertisment

ପ୍ରତିଟି ମଣିଷର ଏକ ଇଚ୍ଛା ଥାଏ। ହେତୁ ଆସିବା ଦିନରୁ ମଣିଷଟିଏ ସ୍ୱପ୍ନ ଦେଖେ ଆଉ କିଛି ଇଚ୍ଛା କରେ। ଏହା ସ୍ୱାଭାବିକ କଥା। କିନ୍ତୁ କିଶୋରାବସ୍ଥାରେ ଏପରି କିଛି ଅଜବ ନିଶା ଓ ଇଚ୍ଛା ଆସୁଛି, ଯାହାକୁ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଅନଲାଇନରେ ଗେମ୍ ଖେଳିବା ପାଇଁ କମ୍ପ୍ୟୁଟର ନିଶାରେ ତିନି ନାବାଳକ ଘଟାଇଛନ୍ତି ଜଘନ୍ୟ କାଣ୍ଡ। ପୂରା ଘଟଣା ଥିଲା ଏପରି...

Advertisment

ତିନି ଜଣ ନାବାଳକ ଅନ୍‌ ଲାଇନରେ ଗେମ୍ ଖେଳିବା ନିଶାରେ ଏପରି ପାଗଳ ହୋଇଯାଇଥିଲେ ଯେ, ରଚିଥିଲେ ଅପରାଧିକ ଯୋଜନା। କାହାକୁ ଜଣକୁ ଅପହରଣ କରି ଟଙ୍କା ଦାବି କରିବେ, ଆଉ ସେଥିରେ କମ୍ପ୍ୟୁଟର୍ କିଣି ଗେମ୍ ଖେଳିବାର ସ୍ୱପ୍ନ ସାକାର କରିବାର ଭୂତ ଚଢ଼ିଥିଲା ସେମାନଙ୍କ ମୁଣ୍ଡରେ। ଏହି ଯୋଜନା ଦିଗରେ ଅଗ୍ରସର ହୋଇ ଶୁକ୍ରବାର ଦୋକାନକୁ ଯାଇଥିବା ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରକୁ ଅପହରଣ କରିଥିଲେ।

ଅପହରଣ କରିବା ପରେ ତାଙ୍କ ମାଆଙ୍କୁ ୩ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ। କିନ୍ତୁ ଠିକ୍ ସମୟରେ ଟଙ୍କା ନ ପାଇବା ପରେ ନାବାଳକଙ୍କୁ ତାଙ୍କ ଶେଷ ଇଚ୍ଛା ପଚାରିଥିଲେ। ଆଉ ଅପହୃତ ନାବାଳକଙ୍କ ଶେଷ ଇଚ୍ଛା ମଧ୍ୟ କିଛି ଅଜବ ଥିଲା। ସେ ଶେଷ ଥର ପାଇଁ ରସଗୋଲା ଖାଇବା ସହ କୋଲ୍ଡଡ୍ରିଙ୍କ୍ସ ପିଇବାକୁ ଚାହୁଁଥିବା କହିଥିଲେ। ଅପହରଣ କରିଥିବା ନାବାଳକମାନେ ମଧ୍ୟ ସତକୁ ସତ ତାଙ୍କ ଶେଷ ଇଚ୍ଛା ପୂରଣ କରି ଜୀବନରୁ ମାରି ଦେଇଥିଲେ। 

Advertisment

ଏନେଇ ଅପହୃତ ନାବାଳକଙ୍କ ମାଆ ପୁଲିସରେ ଖବର ଦେବା ପରେ ଖବର ସାମ୍ନାକୁ ଆସିଛି। ପୁଲିସ ବହୁ ଖୋଜାଖୋଜି କରିବା ପରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ପଚରାଉଚରା ସମୟରେ ନାବଳକମାନେ କମ୍ପ୍ୟୁଟର୍ ପାଇଁ ଏପରି କରିଥିବା ମାନିଛନ୍ତି। ହତ୍ୟା ପରେ ମୃତଦେହ ପୋଖରୀକୁ ଫିଙ୍ଗି ଦେଇଥିବା କହିଛନ୍ତି। ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। 

ପଶ୍ଚିମବଙ୍ଗର ନଦିଆରେ ଘଟିଛି ଏପରି ଆଶ୍ଚର୍ଯ୍ୟକର ଘଟଣା। ସୂଚନା ଅନୁସାରେ, କିଛି ଦିନ ପୂର୍ବେ ମୃତ ନାବାଳକଙ୍କ ବାପାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମାଆ ଅନ୍ୟ ଘରେ କାମ କରି ପରିବାର ଚଳାଉଥିଲେ। 

MURDER CASE Crime News Kidnap For Computer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe