Advertisment

ଉତ୍କଳ ଦିବସରେ ଲାଲତାଣ୍ଡବ: ପଥରରେ ଛେଚି ମୁଣ୍ଡ ନେଲେ ମାଓବାଦୀ

ମାଲକାନଗିରି: ଉତ୍କଳ ଦିବସରେ ଲାଲତାଣ୍ଡବ। ମାଲକାନଗିରି ବିଚ୍ଛିନାଞ୍ଚଳରେ ମାତିଲେ ମାଓବାଦୀ। ଯନ୍ତାପାଇ ଗାଁର ଜଗା ରାଓଙ୍କୁ ହତ୍ୟା କଲେ ମାଓବାଦୀ। ଜଗା ରାଓ ଗ୍ରାମରକ୍ଷୀ ଭାବେ କାର୍ଯ୍ୟରତ ଥିଲେ। ଶନିବାର ଭୋରରେ ଏହି ଅଭାବନୀୟ କାଣ୍ଡ ଘଟାଇଛନ୍ତି ମାଓବାଦୀ। ଜଗାଙ୍କୁ ପଥରେ ଛେଚି ହତ୍ୟା କରିଛନ୍ତି ମାଓବାଦୀ। ପୋଲିସ ଇନଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସେହିପରି ଗତକାଲି ଜଣଙ୍କୁ ଗୁଳି କରିଥିଲେ ମାଓବାଦୀ। ହତ୍ୟାକାଣ୍ଡରେ ଶିକାର ହୋଇଥିଲେ ରଘୁ ହନ୍ତାଳ। ତାଙ୍କ ଘର […]

ଅଦ୍ୟତନ ହୋଇଛି
ଉତ୍କଳ ଦିବସରେ ଲାଲତାଣ୍ଡବ: ପଥରରେ ଛେଚି ମୁଣ୍ଡ ନେଲେ ମାଓବାଦୀ

miost

Advertisment

ମାଲକାନଗିରି: ଉତ୍କଳ ଦିବସରେ ଲାଲତାଣ୍ଡବ। ମାଲକାନଗିରି ବିଚ୍ଛିନାଞ୍ଚଳରେ ମାତିଲେ ମାଓବାଦୀ। ଯନ୍ତାପାଇ ଗାଁର ଜଗା ରାଓଙ୍କୁ ହତ୍ୟା କଲେ ମାଓବାଦୀ। ଜଗା ରାଓ ଗ୍ରାମରକ୍ଷୀ ଭାବେ କାର୍ଯ୍ୟରତ ଥିଲେ। ଶନିବାର ଭୋରରେ ଏହି ଅଭାବନୀୟ କାଣ୍ଡ ଘଟାଇଛନ୍ତି ମାଓବାଦୀ। ଜଗାଙ୍କୁ ପଥରେ ଛେଚି ହତ୍ୟା କରିଛନ୍ତି ମାଓବାଦୀ। ପୋଲିସ ଇନଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

Advertisment

ସେହିପରି ଗତକାଲି ଜଣଙ୍କୁ ଗୁଳି କରିଥିଲେ ମାଓବାଦୀ। ହତ୍ୟାକାଣ୍ଡରେ ଶିକାର ହୋଇଥିଲେ ରଘୁ ହନ୍ତାଳ। ତାଙ୍କ ଘର ଚଲିଆ ମୁଣ୍ଡ ଅଞ୍ଚଳରେ।  ରଘୁଙ୍କୁ ଘରୁ ଡାକିନେଇ ଏମଭି-୭୯ର ଦୟାଲ ଟାଙ୍ଗ ନିକଟରେ ଗୁଳି କରି ହତ୍ୟା କରିଥିଲେ। ଘଟଣାସ୍ଥଳରେ ମାଓବାଦୀମାନେ ଏକ ପୋଷ୍ଟର ଛାଡ଼ିଯାଇଥିଲେ। ଏଥିରେ ପୋଲିସ ଇନଫର୍ମର ଯୋଗୁ ରଘୁଙ୍କୁ ହତ୍ୟା କରାଯାଇଥିବା ଦର୍ଶାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରି ଶୁକ୍ରବାର ମାଓବାଦୀମାନେ ରାୟଗଡ଼ା ଜିଲ୍ଲା ଦୋଇକାଲୁ ଷ୍ଟେସନରେ ବିସ୍ଫୋରଣ ଘଟାଇଥିଲେ। ରେଳ କର୍ମଚାରୀଙ୍କୁ ଟାଣି ବାହାରକୁ ଆଣିବା ପରେ ବିସ୍ଫୋରଣ ଘଟାଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe