Advertisment

ମିର୍ଜାପୁର ୱେବ ସିରିଜ ଭଳି ଗ୍ୟାଙ୍ଗ ୱାର, ବିଚ୍‌ ରାସ୍ତାରେ ଚାଲିଲା ଗୁଳି

ରାଜୀବ ରାଣା ନାମକ ଜଣେ ବିଲ୍ଡର ପ୍ରଥମେ ନିଜ ସମର୍ଥକଙ୍କ ସହ ପିଲିଭିଟ ଭାଇପାସ୍‌ରେ ଥିବା ଶଙ୍କର ମହାଦେବ ମାର୍ବଲ୍ସ ଦୋକାନରେ ପହଞ୍ଚିଥିଲା। ରାଜୀବ ଦୁଇଟି ଜେସିବି ଆଣି ଦୋକାନକୁ ଭାଙ୍ଗିବା ଆରମ୍ଭ କରି ଦେଇଥିଲେ।

Gang War

Gang War

Advertisment

ମିର୍ଜାପୁର ୱେବ ସିରିଜରେ ଥିବା ଗୋଟିଏ ଦୃଶ୍ୟ ଏବେ ପ୍ରକୃତରେ ଘଟିଛି। ବିଚ ରାସ୍ତାରେ ଘଟିଛି ଭୟଙ୍କର ଗ୍ୟାଙ୍ଗ ୱାର। ସର୍ବସମ୍ମୁଖରେ ପରସ୍ପର ଉପରକୁ ଗୁଳି ଚଳାଇଛନ୍ତି ଦୁଇଟି ଗ୍ରୁପର ସଦସ୍ୟ।

Advertisment

ଜମି ବିବାଦକୁ ନେଇ ଉତ୍ତର ପ୍ରଦେଶର ବରେଲୀରେ ଥିବା ଗୋଟିଏ ଜନଗହଳୀ ପୂର୍ଣ୍ଣ ସ୍ଥାନରେ ଏପରି ଗ୍ୟାଙ୍ଗ ୱାର ଦେଖିବାକୁ ମିଳିଛି। ଦୁଇ ଗ୍ୟାଙ୍ଗର ସଦସ୍ୟ ପରସ୍ପରକୁ ଉପରକୁ ଗୁଳି ଚଳାଉଥିବା ବେଳେ ଲୋକମାନେ ଭୟରେ ଏଣେତେଣେ ଦୌଡ଼ିବାରେ ଲାଗିଛନ୍ତି।

ବରେଲୀର ଇଜାତନଗର ଅଞ୍ଚଳରେ ଥିବା ପିଲିଭିଟ ବାଇପସ୍‌ରେ ଆଜି ସକାଳେ ଏପରି ଘଟଣା ଘଟିଛି। ଏହାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି।

Advertisment

ରାଜୀବ ରାଣା ନାମକ ଜଣେ ବିଲ୍ଡର ପ୍ରଥମେ ନିଜ ସମର୍ଥକଙ୍କ ସହ ପିଲିଭିଟ ଭାଇପାସ୍‌ରେ ଥିବା ଶଙ୍କର ମହାଦେବ ମାର୍ବଲ୍ସ ଦୋକାନରେ ପହଞ୍ଚିଥିଲା। ରାଜୀବ ଦୁଇଟି ଜେସିବି ଆଣି ଦୋକାନକୁ ଭାଙ୍ଗିବା ଆରମ୍ଭ କରି ଦେଇଥିଲେ।

ଦୋକାନ ମାଲିକ ଆଦିତ୍ୟ ଉପାଧ୍ୟାୟ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଏହାକୁ ବିରୋଧ କରିଥିଲେ। ଫଳରେ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଯାଇଥିଲା। ଘଟଣାସ୍ଥଳରେ ପୂର୍ବରୁ ରାଜୀବଙ୍କ ଲୋକ ଥିବା ବେଳେ ଆଦିତ୍ୟଙ୍କ ସହଯୋଗୀମାନେ ମଧ୍ୟ ପହଞ୍ଚି ଯାଇଥିଲେ।

ପ୍ରଥମେ କଥା କଟି ପରେ ଉଭୟ ପରସ୍ପରକୁ ଏକାଧିକ ରାଉଣ୍ଡ ଗୁଳି ଚଳାଇଥିଲେ। ଆଦିତ୍ୟଙ୍କ ସମର୍ଥକମାନେ ଘଟଣାସ୍ଥଳରେ ଥିବା ଦୁଇଟି ଯାକ ଜେସିବିକୁ ଜାଳି ଦେଇଛନ୍ତି। ସେହିପରି ଦୁଇ ପକ୍ଷ ମଧ୍ୟରେ ଦୀର୍ଘ ଘଣ୍ଟା ଧରି ସର୍ବସମ୍ମୁଖରେ ଲଢ଼େଇ ଦେଖିବାକୁ ମିଳିଥିଲା।

ସ୍ଥାନୀୟ ଲୋକଙ୍କ କହିବା କଥା ଯେ ଉଭୟ ପକ୍ଷର ୧୫୦ରୁ ଅଧିକ ଲୋକ ଏକାଠି ହୋଇ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ପରସ୍ପର ସହ ଲଢ଼େଇ କରିଥିଲେ।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି। ଗ୍ୟାଙ୍ଗ ୱାରରେ ଜଣେ ଆହତ ହୋଇଥିବା ବେଳେ ଗୋଟିଏ କାର ଓ ଦୁଇଟି ଜେସିବି କ୍ଷତିଗ୍ରସ୍ତ ହୋଇଛି। ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଖୋଜିବାରେ ଲାଗିଛି।

Uttar Pradesh Gang War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe