Advertisment

କୋଷ୍ଟଗାର୍ଡ ଡିଆଇଜିଙ୍କୁ ବିଚ୍‌ ରାସ୍ତାରେ ଦୁର୍ବ୍ୟବହାର, ଦୁଇ ଯୁବକ ଅଟକ

ରାଜଧାନୀର ବିଚ୍‌ ରାସ୍ତାରେ ଭାରତୀୟ କୋଷ୍ଟଗାର୍ଡ ଡିଆଇଜିଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଖୋଦ କୋଷ୍ଟଗାର୍ଡ ଡିଆଇଜି ଏସ୍.ଆର୍. ଦାସ ଗତ ରାତିରେ ନୟାପଲ୍ଲୀ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି।

author-image
Niharika Rout
Coast Guard DIG

Coast Guard DIG

ରାଜଧାନୀର ବିଚ୍‌ ରାସ୍ତାରେ ଭାରତୀୟ କୋଷ୍ଟଗାର୍ଡ ଡିଆଇଜିଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଖୋଦ କୋଷ୍ଟଗାର୍ଡ ଡିଆଇଜି ଏସ୍.ଆର୍. ଦାସ ଗତ ରାତିରେ ନୟାପଲ୍ଲୀ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ଏହି ମାମଲାରେ ଦୁଇ ଯୁବକଙ୍କୁ ଉଠାଇ ନେଇ ପଚରାଉଚରା କରୁଛୁ।

Advertisment

ଗତରାତିରେ କୋଷ୍ଟଗାର୍ଡ ଡିଆଇଜି ଏସ୍.ଆର୍. ଦାସ ନିଜ ପରିବାର ସହ କାର୍‌ରେ ଘରକୁ ଫେରୁଥିଲେ। କଳିଙ୍ଗ ଷ୍ଟାଡିୟମ ନିକଟ ଏକ ଟ୍ରାଫିକ୍‌ରେ ତାଙ୍କ ଗାଡ଼ି ଛିଡ଼ା ହୋଇଥିବା ବେଳେ ତାଙ୍କୁ ଦୁଇ ନିଶାସକ୍ତ ଯୁବକ ଦୁର୍ବ୍ୟବହାର କରିଥିଲେ। ଏନେଇ ସେ ପ୍ରଥମେ ଫୋନ୍‌ ଯୋଗେ ପୁଲିସ୍‌କୁ ସୂଚନା ଦେଇଥିଲେ। ଏହାପରେ ନିଜ ଟିମ୍‌ ସହ ନୟାପଲ୍ଲୀ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ।

ବିଳମ୍ବିତ ରାତିରେ ପୁଲିସ କମିଶନର ଏସ୍. ଦେବଦତ୍ତ ସିଂ ମଧ୍ୟ ନୟାପଲ୍ଲୀ ଥାନାରେ ପହଞ୍ଚି କୋଷ୍ଟଗାର୍ଡ ଡିଆଇଜିଙ୍କ ସହ ଆଲୋଚନା କରିଥିଲେ । ସେପଟେ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।

Advertisment

ଏନେଇ କୋଷ୍ଟଗାର୍ଡ ଡିଆଇଜି ଏସ୍.ଆର୍. ଦାସ କହିଛନ୍ତି, - ମୁଁ ଟ୍ରାଫିକ୍‌ରେ ଥିବା ବେଳେ ଦୁଇ ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ଆସି ସାମନାରେ ଛିଡ଼ା ହୋଇ ଯାଇଥିଲେ। ରାସ୍ତା ଛାଡ଼ିବା ପାଇଁ କହିବାରୁ ସେମାନେ ଦୁର୍ବ୍ୟବହାର କରିଥିଲେ। ଏନେଇ ଥାନାରେ ଅଭିଯୋଗ କରିଛି।

ପୁଲିସ କମିଶନର ଏସ୍. ଦେବଦତ୍ତ ସିଂ କହିଛନ୍ତି, ଏନେଇ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ କରାଯାଉଛି।

Bhubaneswar Commissionerate Police