Advertisment

କିରୋସିନ ହୋଲସେଲରଙ୍କ ଦୁର୍ବ୍ୟବହାରରେ ଅତିଷ୍ଠ ମହିଳା ଯୋଗାଣ ଅଧିକାରୀ, ଥାନାରେ ମାମଲା

ଜଣେ ମହିଳା ସରକାରୀ ଅଧିକାରୀଙ୍କୁ ହୋଲସେଲର ଜଣକ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହିତ ଦୁର୍ବ୍ୟବହାର କରିଥିବା ନେଇ ବିଡ଼ିଓ ଆଳି ଥାନାରେ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Ali

Ali

Advertisment

ମହିଳା ଯୋଗାଣ ଅଧିକାରୀଙ୍କୁ କିରୋସିନ ହୋଲସେଲର ଦୁର୍ବ୍ୟବହାର କରିଥିବାର ଅଭିଯୋଗ। କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକରେ ଘଟିଛି ଏପରି ଏକ ଘଟଣା। ଜଣେ ମହିଳା ସରକାରୀ ଅଧିକାରୀଙ୍କୁ ହୋଲସୋଲେର ଜଣକ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହିତ ଦୁର୍ବ୍ୟବହାର କରିଥିବା ନେଇ ବିଡ଼ିଓ ଆଳି ଥାନାରେ ଅଭିଯୋଗ କରିଛନ୍ତି।

Advertisment

କାର୍ଯ୍ୟରତ ମହିଳା ଯୋଗାଣ ଅଧିକାରୀଜଣକ ପୁନମ ଜେନା ହୋଇଥିବା ବେଳେ ଜନୈକ କିରୋସିନ ହୋଲସେଲର ଚିରଞ୍ଜିବୀ ଦାସ ବୋଲି ଜଣାଯାଇଛି।

ବିଡିଓଙ୍କ ଏତଲା ଅନୁଯାୟୀ, ଗୁରୁବାର ମହିଳା ଯୋଗାଣ ଅଧିକାରୀ ଅଫିସରେ କାର୍ଯ୍ୟରତ ଥିବା ସମୟରେ କିରୋସିନ ହୋଲସେଲର ଚିରଞ୍ଜିବୀ ଦାସ ସେଠାରେ ପହଞ୍ଚିଥିଲେ। ସେଠାରେ ୫ ମାସର କିରୋସିନ ରିଟର୍ଣ୍ଣ ରିପୋର୍ଟରେ ଦସ୍ତଖତ କରିବା ପାଇଁ ସେ ପୁନମ ଜେନାଙ୍କୁ ବାଧ୍ୟ କରିଥିଲେ। ମାତ୍ର କାଗଜପତ୍ର ଯାଞ୍ଚ ପରେ ରିଟର୍ଣ୍ଣ ଫାଇଲ୍ ପ୍ରସ୍ତୁତ କରିବେ ବୋଲି ପୁନମ ଜେନା ରୋକଠୋକ ଶୁଣାଇ ଦେଇଥିଲେ।

Advertisment

ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ଏହାପରେ ଚିରଞ୍ଜିବ ଦାସ ଉତକ୍ଷିପ୍ତ ହୋଇ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ପୁନମ ଜେନାଙ୍କୁ ଧମକ ଚମକ କରିଥିବା ନେଇ ଆଳି ଥାନାରେ ବିଡ଼ିଓ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ମହିଳା ଯୋଗାଣ ଅଧିକାରୀ ଚିରଞ୍ଜିବ ଦାସଙ୍କୁ ଗାଳିଗୁଲଜ କରିଥିବା ନେଇ ମଧ୍ୟ ଆଳି ଥାନାରେ ପାଲଟା ଅଭିଯୋଗ ହୋଇଛି। ଏନେଇ ଆଳି ପୁଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏନେଇ ଚିରଞ୍ଜିବ ଦାସ କିମ୍ବା ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।

Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe