Advertisment

ଯୁକ୍ତ ଦୁଇ ଛାତ୍ରୀଙ୍କୁ ତଣ୍ଟି କାଟି ହତ୍ୟା

ନାବାଳିକାଙ୍କୁ କିଏ ହତ୍ୟା କଲା, କାହିଁକି ହତ୍ୟା କଲା ତାର କାରଣ ଜଣାପଡ଼ି ନାହିଁ।

ଅଦ୍ୟତନ ହୋଇଛି
Murder

Murder

Advertisment

ଜଣେ ନାବାଳିକାଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ନିଖିଲ ନଗରରେ। ନାବାଳିକା ଜଣଙ୍କ ଯୁକ୍ତ ଦୁଇ ପଢ଼ୁଥିଲେ।

Advertisment

ଆଜି ସକାଳେ ନାବାଳିକାଙ୍କ ବାପାମା’ କାମକୁ ଯାଇଥିଲେ। ଏହି ସମୟରେ ନାବାଳିକା ଜଣଙ୍କ ଘରେ ଏକା ଥିଲେ। କାମ ନିକଟକୁ ୧୨ଟା ସମୟରେ ରୋଷେଇ କରି ଖାଇବାକୁ ନେଇ ପହଞ୍ଚିବାବାକୁ  ଝିଅକୁ ବାପାମା’ କହିଥିଲେ। ହେଲେ ଝିଅ ଠିକ୍‌ ସମୟରେ ବାପାମା’ ପାଖକୁ ଖାଇବାକୁ ନେଇକି ଯାଇ ନଥିଲା। ଫୋନ୍‌ କଲେ ଉଠାଇ ନଥିଲା। ଏନେଇ ବାପାମା’ଙ୍କ ସନ୍ଦେହ ହେବାରୁ ବାପାମା’ ଘରେ ଆସି ପହଞ୍ଚିଥିଲେ।  ଝିଅର ରକ୍ତାକ୍ତ ମୃତଦେହ ଘରେ ପଡ଼ିଥିବା ଦେଖିଥିଲେ। ଏନେଇ ସେମାନେ ପାଖ ପଡୋଶୀଙ୍କୁ ପଚରାଉଚରା କରିବା ସହ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ନାବାଳିକାଙ୍କୁ କିଏ ହତ୍ୟା କଲା, କାହିଁକି ହତ୍ୟା କଲା ତାର କାରଣ ଜଣାପଡ଼ି ନାହିଁ। ପୂର୍ବ ଶତ୍ରୁତା ଥିଲା ନା ଆଉ କିଛି କାରଣ ଅଛି ଜଣାପଡ଼ିନାହିଁ। 

Advertisment
Odisha Police Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe