Advertisment

ରାଜଧାନୀରେ ସିକ୍ୟୁରିଟି ଗାର୍ଡଙ୍କୁ ହାଣି ପକାଇଲେ

ଆହତ ସିକ୍ୟୁରିଟି ଗାର୍ଡଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

author-image
Tapaswini Nayak
Attack

Attack

ଅପରାଧୀଙ୍କ ଚରାଭୂଇଁ ପାଲଟିଛି ଭୁବ‌ନେଶ୍ୱର। କଥାକଥାକେ ଗୁଳି ଫୁଟୁଛି, ଖଣ୍ଡାକାତି ବୁଲୁଛି। ଦିନ ଦି’ପହର ହେଉ କି ରାତି, ଜନଗହଳିପୂର୍ଣ୍ଣ ସ୍ଥାନ ହେଉ ଅବା ଶୂନ୍‌ଶାନ୍‌ ଜାଗା ଅପରାଧ ଘଟାଇବାକୁ ତିଳେ ମାତ୍ର ଭୟ କିମ୍ବା ସଂକୋଚ କରୁନାହାନ୍ତି ଅପରାଧୀ। ଗତକାଲି ରାତିରେ ରାଚଧାନୀ  ଭୁବନେଶ୍ୱରରେ ଲୁଟ୍‌ ଉଦ୍ଦେଶ୍ୟରେ ଆସି ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ହାଣି ପକାଇଥିବା ଅଭିଯୋଗ ହୋଇଛି।

Advertisment

ଘଟଣା ଘଟିଛି ପୁରୀ ବାଇପାସ୍ ରୋଡର ମଙ୍ଗରାଜ ପଏଣ୍ଟରେ ଏକ ଅଟୋ ସୋରୁମରେ। ଆହତ ସିକ୍ୟୁରିଟି ଗାର୍ଡଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।

ଗତକାଲି ବିଳମ୍ବିତ ରାତିରେ ସୋ’ ରୁମରେ କିଛି ଲୁଟେରା ଲୁଟ୍‌ ଉଦ୍ଦେଶ୍ୟରେ ପଶିଥିଲେ। ସେଠାରେ ଥିବା ସିକ୍ୟୁରିଟି ଗାର୍ଡଙ୍କୁ ହାଣି ପକାଇଥିଲେ। ଲୁଟ୍ ଉଦ୍ଦେଶ୍ୟରେ ଆସି ଲୁଟେରାମାନେ ବିଫଳ ହେବାରୁ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment

ପାର୍ବଣ ପାଖେଇ ଆସୁଥିବାରୁ ରାଜଧାନୀରେ କମିଶନରେଟ୍‌ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଏହା ଭିତରେ ଅପରାଧୀମାନେ ଗୋଟିଏ, ଗୋଟିଏ କାଣ୍ଡ ଘଟାଇ ପୁଲିସକୁ ଖୋଲା ଚାଲେଞ୍ଜ ଦେଉଛନ୍ତି ଅପରାଧୀ।

Bhubaneswar Odisha Police