Advertisment

ତେଲ ନେଇ ଫେରୁଥିଲେ; ଟ୍ରାକ୍ଟର ମାଲିକଙ୍କୁ ହାଣି ପକାଇଲେ

ସୁଶାନ୍ତଙ୍କୁ ଅଜଣା ବ୍ୟକ୍ତି ଜଣଙ୍କ କେଉଁ  କାରଣ ପାଇଁ ଆକ୍ରମଣ କଲା ତାର କାରଣ ଅସ୍ପଷ୍ଟ ରହିଛି।

ଅଦ୍ୟତନ ହୋଇଛି
Attack

Attack

Advertisment

ତେଲ ନେଇ ଯାଉଥିବା ବେଳେ ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ଟ୍ରାକ୍ଟର ମାଲିକ୍ ଗୁରୁତର ଆହତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଲୁକାପାଲି ଗାଁରେ ଏହି ଘଟଣା ଘଟିଛି। ଆହତ ଟ୍ରାକ୍ଟର ମାଲିକ ସୁଶାନ୍ତ ସାହୁଙ୍କୁ ଡାକ୍ତରଖାନାର ଭର୍ତ୍ତି କରାଯାଇଛି।

Advertisment

ସୁଶାନ୍ତଙ୍କ ଟ୍ରାକ୍ଟରରେ ତେଲ ସରି ଯାଇଥିଲା।  ଗତକାଲି ବିଳମ୍ବିତ ରାତିରେ ସୁଶାନ୍ତ ରେଢ଼ାଖୋଲରୁ ତେଲ ନେଇ ବାଇକରେ ନିଜ ଗାଁକୁ ଯାଉଥିଲେ। ଏହି ସମୟରେ ରଞ୍ଜନା ରାସ୍ତା ନିକଟରେ ଏକ ବ୍ୟକ୍ତି ସୁଶାନ୍ତଙ୍କ ଗାଡ଼ିକୁ ଅଟକାଇଥିଲା। ପରେ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା।

ସେହି ରାସ୍ତା ଦେଇ ଲୋକେ ଯାଉଥିବା ଲୋକେ ଦୌଡ଼ ଆସିବାରୁ ଦୁର୍ବୃତ୍ତ ଜଣଙ୍କ ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକେ ସୁଶାନ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି। ସୁଶାନ୍ତଙ୍କୁ ଅଜଣା ବ୍ୟକ୍ତି ଜଣଙ୍କ କେଉଁ  କାରଣ ପାଇଁ ଆକ୍ରମଣ କଲା ତାର କାରଣ ଅସ୍ପଷ୍ଟ ରହିଛି। ପୂର୍ବଶତ୍ରୁତା ଥିଲା ଆଉ କିଛି କାରଣ ଥିଲା ସ୍ପଷ୍ଟ ହୋଇ ନାହିଁ।  

Advertisment
Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe