Advertisment

ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟି ଜଙ୍ଗଲରେ ଲୁଚିଥିଲେ ଲୁଟେରା; ଧରିପକାଇଲେ ପୁଲିସ

ଲୁଟେରାଙ୍କ ପାଖରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି।

Loot

Loot

Advertisment

ଏଟିଏମରୁ ଟଙ୍କା ପଇସା ଲୁଟି ଜଙ୍ଗଲରେ ଲୁଚିଥିଲେ ୫ ଲୁଟେରା। ରାତିତମାମ ଜଙ୍ଗଲରେ ଛାନଭିନ୍‌ ପରେ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ। ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ। ଗିରଫ ୫ ଜଣକୁ ଡାବୁଗାଁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୁଲିସ। ଗିରଫ ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ଘର ହରିୟାଣା ଓ ଜଣକଙ୍କ ଘର ଛତିଶଗଡ଼ ରାୟପୁର ସହରର ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁର ବ୍ଲକ ଅଫିସକୁ ଲାଗିଥିବା ଏସବିଆଇ ଏଟିଏମ କାଟି ଟଙ୍କାପଇସା ଲୁଟି ନେଇଥିଲେ ଲୁଟେରା। ପରେ ଏଟିଏମରେ ନିଆଁ ଲଗାଇ ଦେଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ଛାନଭିନ୍ କରିଥିଲା। ପରେ ଡାବୁଗାଁ ପାଖ ଜଙ୍ଗଲ ଭିତରେ ଏକ କାର୍‌ ଠାବ କରିଥିଲା। ଜଙ୍ଗଲରେ ଲୁଟେରାମାନେ ଲୁଚି ରହିଥିବା ପୁଲିସର ସନ୍ଦେହ ବଢ଼ିଥିଲା। ଲୁଟେରାଙ୍କୁ ଧରିବାକୁ ଜାଲ ବିଛାଇଥିଲା ପୁଲିସ। ରାତି ତମାମ ଛାନଭିନ୍ ପରେ ୫ଜଣ ଲୁଟେରାଙ୍କୁ ଗିରଫ କରିଥିଲା ପୁଲିସ।

ଲୁଟେରାଙ୍କ ପାଖରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ବହୁ ଟଙ୍କା ଲୁଟେରା ଜଙ୍ଗଲ ମଧ୍ୟରେ ଲୁଚାଇ ରଖି ଥିବା ପୁଲିସ ସନ୍ଦେହ କରୁଛି। ଡାବୁଗାଁ ଥାନାରେ ନବରଙ୍ଗପୁର ଏସପି ରୋହିତ ବର୍ମା ମଧ୍ୟ ଉପସ୍ଥିତ ରହି ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛନ୍ତି ।

Advertisment
Loot Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe