Advertisment

ଦାଦାବଟି ନ ଦେବାରୁ ଠିକାସଂସ୍ଥା ଉପରେ ବୋମାମାଡ଼!

ବୋମାମାଡ଼ରେ ଠିକାସଂସ୍ଥାରେ ନିୟୋଜିତ ମେସିନ୍ କ୍ଷତିଗ୍ରସ୍ତ ହୋଇଛି।

Blast

Blast

Advertisment

ଦାଦାବଟି ନ ଦେବାରୁ ଦୁର୍ବୃତ୍ତମାନେ ଠିକାସଂସ୍ଥା ଉପରେ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ କଇଁମୁଣ୍ଡି ଛକରେ। ବୋମାମାଡ଼ରେ କେହି ମୃତାହତ ହୋଇନାହାନ୍ତି। ହେଲେ ଠିକାସଂସ୍ଥାରେ ନିୟୋଜିତ ମେସିନ୍ କ୍ଷତିଗ୍ରସ୍ତ ହୋଇଛି।

Advertisment

କାଇଁମୁଣ୍ଡି ଗାଁରେ ଏକ ସେତୁ ନିର୍ମାଣ ଚାଲିଥିବା ବେଳେ ଏହାର ଠିକାଦାରଙ୍କୁ ଦୁର୍ବୁତ୍ତମାନେ ଦାଦାବଟି ମାଗିଥିଲେ। ଠିକାଦାର ମନା କରିଦେବାରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ଦୁଇଟି ବୋମାମାଡ଼ କରିଥିବା ସନ୍ଦେହ କରାଯାଉଛି। ବାଙ୍କୀ ପୁଲିସ ଘଟଣାର ତଦନ୍ତ କରୁଛି। ଏନଇ ପୁଲିସ କିମ୍ବା ଠିକାଦାରଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ ।

Cuttack Bomb Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe