Blast
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଛକରେ ଏକ ଟାଇଲ୍ସ ଦୋକାନ ଉପରକୁ ବୋମାମାଡ଼ ହୋଇଛି। ଦୁର୍ବୃତ୍ତ ମାନେ ଦୋକାନ ଉପରକୁ ୩ଟି ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି।
ଏଥିରେ କେହି ମୃତାହତ ହୋଇନଥିବା ବେଳେ ଦୋକାନ କ୍ଷତିଗ୍ରସ୍ତ ହୋଇଛି। ଏନେଇ ଖଲ୍ଲିକୋଟ ଥାନାରେ ଏତଲା ଦେଇଛନ୍ତି ଦୋକାନ ମାଲିକ। ରାଜନୈତିକ ଶତ୍ରୁତାରୁ କାରଣରୁ ଏହି ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି।
ଗତକାଲି ରାତି ପ୍ରାୟ ୧୦ଟା ସମୟରେ କିଛି ଦୁର୍ବୃତ୍ତ ବାଇକ୍ରେ ଆସି ଦୋକାନ ଉପରକୁ ବୋମାମାଡ଼ କରି ଫେରାର ହୋଇଯାଇଥିଲେ। ଟାଇଲ୍ସ ଦୋକାନଟି ଦିବଂଗତ ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କର ବୋଲି ଜଣାଯାଇଛି।
ଗତ ନିର୍ବାଚନ ସମୟରେ ଦିଲ୍ଲୀପ ପାହାନଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ। ଦିଲ୍ଲୀପଙ୍କ ମୃତ୍ୟୁ ପରେ ପରିବାର ଲୋକେ ଦୋକାନ ଚଳାଉଥିଲେ। ସାକ୍ଷୀଙ୍କୁ ଭୟଭୀତ କରିବାକୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏବେ ବି କିଛି ଅଭିଯୁକ୍ତ ବାହାରେ ଫେରାର ଅଛନ୍ତି। ଖଲ୍ଲିକୋଟ ପୁଲିସ୍ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us