Advertisment

ରାଜଧାନୀରେ ଆତଙ୍କରାଜ; 'ଓଲା' ଡ୍ରାଇଭରଙ୍କୁ ଅପହରଣ ପରେ ମୁଣ୍ଡ ଜାମିନ ରଖି ଦୁର୍ବୃତ୍ତ ମାଗିଲେ ୧୦ ଲକ୍ଷ

ଗତକାଲି ରାତିରେ ପାତ୍ରପଡ଼ା କ୍ରିଷ୍ଣା ବିହାରରୁ ଶଙ୍କର୍ଷଣଙ୍କୁ ଏକ କାରରେ କିଛି ଦୁର୍ବୃତ୍ତ ଉଠାଇ ନେଇଥିବା ଅଭିଯୋଗ ହୋଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Bhubaneswar

Bhubaneswar

ଅଶାନ୍ତ ରାଜଧାନୀ ଭୁବନେଶ୍ୱର। 'ଓଲା' ଡ୍ରାଇଭରଙ୍କୁ ଅପହରଣ ପରେ ମୁଣ୍ଡ ଜାମିନ ରଖି ଦୁର୍ବୃତ୍ତ ମାଗିଲେ ୧୦ ଲକ୍ଷ ଟଙ୍କା। ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ପାତ୍ରପଡ଼ା ଅଞ୍ଚଳରେ।

Advertisment

'ଓଲା' ଡ୍ରାଇଭରଙ୍କୁ ଅପହରଣ ପରେ ତାଙ୍କ ପତ୍ନୀଙ୍କୁ ଫୋନ କରି ୧୦ ଲକ୍ଷ ଟଙ୍କା ଅପହରଣକାରୀ ମାଗିଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ମାଡ଼ ମାରିବା ସହ ଭିଡିଓ କଲରେ ସେହି ଦୃଶ୍ୟ ସ୍ତ୍ରୀଙ୍କୁ ଦେଖାଇ ଟଙ୍କା ଦେବାକୁ ବାଧ୍ୟ କରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି। ଅପହୃତ ଡ୍ରାଇଭରଙ୍କ ନାଁ ଶଙ୍କର୍ଷଣ ଦାସ।  ତାଙ୍କ ଘର ପାତ୍ରପଡ଼ା କ୍ରିଷ୍ଣା ବିହାର ଅଞ୍ଚଳରେ। 

ଗତକାଲି ରାତି ୮ଟା ସମୟରେ ଶଙ୍କର୍ଷଣଙ୍କୁ ନିଜ ଘର ଆଗରୁ ଦୁର୍ବୃତ୍ତମାନେ ଅପହରଣ କରି ନେଇଥିଲେ। ପରେ ଶଙ୍କର୍ଷଣଙ୍କୁ ମାଡ଼ ମାରି ରକ୍ତାକ୍ତ କରି ପତ୍ନୀଙ୍କୁ ଭିଡିଓ କଲ୍ କରି ଟଙ୍କା ମାଗିଥିଲେ ଦୁର୍ବୃତ୍ତ। ଶଙ୍କର୍ଷଣଙ୍କ ପତ୍ନୀ ଦୁର୍ବୃତ୍ତଙ୍କୁ ୧୦ ଲକ୍ଷ ଟଙ୍କା ଦେଇଥିବା ଜଣାପଡ଼ିଛି। ତେବେ ଏନେଇ ଖଣ୍ଡଗିରି ଥାନାରେ ଶଙ୍କର୍ଷଣଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଘଟଣାର ୧୮ ଘଣ୍ଟା ପରେ ପୁଲିସ ହାତ ଖାଲି ରହିଛି। 

Advertisment

ଶଙ୍କର୍ଷଣଙ୍କ ପତ୍ନୀ କହିଛନ୍ତି, ଗତକାଲି ରାତିରେ ମୋ ସ୍ୱାମୀ କୁକୁରକୁ ବୁଲାଇବାକୁ ଆଣିଥିଲେ। ଏହି ସମୟରେ  କିଛି ଦୁର୍ବୃତ୍ତ ମୋ ସ୍ୱାମୀଙ୍କୁ  ଆମ  ଘର ପାଖରୁ ଅପହରଣ କରି ନେଇଥିଲେ। ପରେ ସ୍ୱାମୀଙ୍କୁ ମାଡ ମାରି ରକ୍ତାକ୍ତ କରି ମୋତେ ଭିଡିଓ କଲ୍ କରି ଟଙ୍କା ମାଗିଥିଲେ। ଆମକୁ ୧୦ ଲକ୍ଷ ଦିଅ, ନହେଲେ ତୁମ ସ୍ୱାମୀଙ୍କୁ ମାରିଦେବେ ବୋଲି ସେମାନେ ଧମକ ଦେଇଥିଲେ। ମୁଁ ଭୟରେ  ୨ ଲକ୍ଷ ଟଙ୍କା ଦେଇସାରିଲାଣି।  ମୋ ସ୍ୱାମୀ ଅପହରଣ ହେବା ପରେ ମୁଁ ସଙ୍ଗେ ସଙ୍ଗେ ପୁଲିସକୁ ଜଣାଇଥିଲି।  

Bhubaneswar